ଭୁବନେଶ୍ବର: ବିଜୁ ଜନତା ଦଳ ତରଫରୁ ଆସନ୍ତା ୨୧ ତାରିଖ ଦିନ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଆରଡିସି ସ୍ତରୀୟ ପ୍ରତିବାଦ କରାଯିବ। ଏନେଇ ଦଳର ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଲେଶ୍ଵର ଏଫଏମ କଲେଜ ଘଟଣାକୁ ନେଇ ବିଜୁ ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳ ତରଫରୁ ପ୍ରତିବାଦ ହୋଇଥିଲା। ଏହାପରେ ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା। ଏହାପରେ ଲୋକସେବା ଭବନ୍ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା। ଆଜି ମଧ୍ୟ ନିରବ ପ୍ରତିବାଦ ଆମେ ଶୃଙ୍ଖଳିତ ଢଙ୍ଗରେ କରିଛୁ। ବିଚାର ବିଭାଗୀୟ ତଦନ୍ତ ଦାବି ଆମେ ରଖିଛୁ। ବିଜେଡି ତରଫରୁ ଆସନ୍ତା ୨୧ ତାରିଖ ଦିନ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଆରଡିସିସ୍ତରୀୟ ପ୍ରତିବାଦ କରିବୁ।
ବିଜେଡିର ଆରଡିସି ସ୍ତରୀୟ ପ୍ରତିବାଦ ନେ଼ଇ ବରଗଡ଼ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟ ବିରୋଧୀଦଳ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦୋଷୀକୁ ଦଣ୍ଡ ମିଳୁ ବିରୋଧୀ ଚାହୁଁ ନାହାଁନ୍ତି। କେବଳ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଛନ୍ତି। ଘଟଣାରେ ତୁରନ୍ତ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯିଏ ବି ଦୋଷୀ କାହାକୁ ଛଡାଯିବ ନାହିଁ, ଆକ୍ସନ ହେବ। ଯାହା ଆବଶ୍ୟକ, ତାହା ସରକାର କରୁଛନ୍ତି। ସରକାର ଘଟଣାକୁ ନେଇ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି। ଆଗକୁ ବି ଉଚିତ୍ ପଦକ୍ଷେପ ନେବେ।
ଏଣେ ବିଜେଡିର ଆରଡିସି ସ୍ତରୀୟ ପ୍ରତିବାଦ ନେ଼ଇ ବରଗଡ଼ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟ ବିରୋଧୀଦଳ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦୋଷୀକୁ ଦଣ୍ଡ ମିଳୁ ବିରୋଧୀ ଚାହୁଁ ନାହାଁନ୍ତି। କେବଳ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଛନ୍ତି। ଘଟଣାରେ ତୁରନ୍ତ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯିଏ ବି ଦୋଷୀ କାହାକୁ ଛଡାଯିବ ନାହିଁ, ଆକ୍ସନ ହେବ। ଯାହା ଆବଶ୍ୟକ, ତାହା ସରକାର କରୁଛନ୍ତି। ସରକାର ଘଟଣାକୁ ନେଇ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି। ଆଗକୁ ବି ଉଚିତ୍ ପଦକ୍ଷେପ ନେବେ।
Follow Us