ବିଧାନସଭାରେ ହଟ୍ଟଗୋଳ: ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଲେ...

ବିଧାନସଭାର ବଜେଟ୍‌ ଅଧିବେଶନରେ ବୁଧବାର ମଧ୍ୟ ହଟ୍ଟଗୋଳ ଦେଖାଯାଇଛି। ପଏଣ୍ଟ ଅଫ୍ ଅଡର ଜରିଆରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବିରୋଧୀ ଦଳ ବାଧକ ସାଜିବାର କାରଣ କଣ ?

Odisha assembly

Odisha assembly

ଭୁବନେଶ୍ବର: ବିଧାନସଭାର ବଜେଟ୍‌ ଅଧିବେଶନରେ ବୁଧବାର ମଧ୍ୟ ହଟ୍ଟଗୋଳ ଦେଖାଯାଇଛି। ଏଥି ପାଇଁ ବାଚସ୍ପତିଙ୍କୁ ଗୃହ ମୁଲତବି ରଖିବାକୁ ପଡ଼ିଛି। ପଏଣ୍ଟ ଅଫ୍ ଅଡର ଜରିଆରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବିରୋଧୀ ଦଳ ବାଧକ ସାଜିବାର କାରଣ କଣ ? କିଟ୍‌ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀମାନେ ଗୃହକୁ ବାରମ୍ବାର ବନ୍ଦ କରୁଛନ୍ତି। ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସଂକଳ୍ପବଦ୍ଧ। 

ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଏଣ୍ଟ ଅଫ୍ ଅଡର ଆଣି ବିଜେପି ବିଧାୟକ ଇରଶିସ ଆଚାର୍ଯ୍ୟ ଓ ସନାତନ ବିଜୁଳି ମଧ୍ୟ ବର୍ଷିଛନ୍ତି। ସେମାନେ କହିଛନ୍ତି ପୁରା ଓଡ଼ିଶା ଦେଖୁଛି ବିଜେଡି ଦୁଇ ଫଳ ହୋଇସାରିଛି। ବିଜେଡିର ଦୁଇମୁହାଁ ନୀତି ଦେଖିବାକୁ ମିଳୁଛି। ଜଣେ ବରିଷ୍ଠ ବିଧାୟକ କହୁଛନ୍ତି କିନ୍ତୁ ତାଙ୍କର ବିଧାୟକ ପ୍ରତିବାଦ କରୁଛନ୍ତି। 

ଗୃହରେ ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ବାଚସ୍ପତି ସୁରମା ପାଢ଼ୀ ଚେତାବନୀ ଦେଇଛନ୍ତି। ଯଦି ଗୃହ କାର୍ଯ୍ୟକୁ ସମ୍ମାନ ନଦେବେ ମୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବି ବୋଲି କହିଛନ୍ତି।


ବିଜେଡି ବିଧାୟକ ଗୋଟେ ପଟେ ଥିବା ବେଳେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଉ ଗୋଟେ ପଟେ। ମିସନ ଶକ୍ତି ମହିଳାଙ୍କ କ୍ୟାଡ଼ର ରିଷ୍ଟ୍ରକଚରକୁ ବିରୋଧ କରି ହୋ ହାଲ୍ଲା କରୁଥିବା ବେଳେ ପ୍ରାଇଭେଟ ମେମ୍ବର ସଂକଳ୍ପ ରଖିଥିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଗୃହ ଅସ୍ୱାଭାବିକ ସତ୍ତ୍ୱେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୱାନ ନେସନ ୱାନ ଇଲେକ୍ସନ ସଂକଳ୍ପ ଆଗତ କରିଥିଲେ, ଯାହାକୁ ବିରୋଧ କରିଥିଲେ ବିଜେପି ବିଧାୟକ। ସନାତନ ବିଜୁଳି କହିଥିଲେ ଏହା ବିଜେଡିର ଦୋମୁହାଁ ନୀତି। ବିଧାୟକମାନେ ପ୍ରତିବାଦ କରି ଗୃହ ଚଳେଇ ଦେଉନଥିବା ବେଳେ କେମିତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାଇଭେଟ ମେମ୍ବର ସଂକଳ୍ପ ଆଗତ କଲେ? ଏମିତି କି ବିଜେପି ବିଧାୟକ ସନ୍ତୋଷ ଖଟୁଆ ପ୍ରାଇଭେଟ ମେମ୍ବର ବିଲ ଆଣିବା ବେଳେ ମଧ୍ୟ ନିଜେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ବିଧାୟକମାନଙ୍କ ସହ ପ୍ରତିବାଦ କରିଥିଲେ। ଇରାଶିଷ ଆଚାର୍ଯ୍ୟ ପଏଣ୍ଟ ଅଫ ଅରର୍ଡ ମାଗି କହିଥିଲେ, ବିଜେଡି ବିଧାୟକ ଦୁଇ ଫାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe