Advertisment

୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ ସାମଲ

Advertisment

୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। 

୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। 

New Project (7)

ଭୁବନେଶ୍ବର: ରାଜ୍ୟ ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ହେବା ଆଶାରେ ଅଛନ୍ତି। ଆଉ ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। 

ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ମନମୋହନ ସାମଲ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ। ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ଏହା ସୌଭାଗ୍ୟର ବିଷୟ। ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି, ଯାହା ଦ୍ବାରା ଲକ୍ଷପତି ଦିଦି ହେବାର ସମ୍ଭାବନା ବଢ଼ିଛି। ସୁଭଦ୍ରା ମହିଳାଙ୍କୁ ସ୍ବାବଲମ୍ବୀ ହେବାର ସୁଯୋଗ ଦେଇଛି, ମନରେ ଆତ୍ମବିଶ୍ବାସ ବଢ଼ାଇଛି। 

ରାଜ୍ୟ ବିଜେପି ସଭାପତି କହିଛନ୍ତି, ଭାରତୀୟ ଜନତା ପାର୍ଟିର ନିଗମ, ବୋର୍ଡ ଏବଂ କମିଟି ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦମାନଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ସହ ବୈଠକ ହୋଇଛି। ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।

ଏଣେ ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ମନମୋହନ ସାମଲ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ। ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ଏହା ସୌଭାଗ୍ୟର ବିଷୟ। ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି, ଯାହା ଦ୍ବାରା ଲକ୍ଷପତି ଦିଦି ହେବାର ସମ୍ଭାବନା ବଢ଼ିଛି। ସୁଭଦ୍ରା ମହିଳାଙ୍କୁ ସ୍ବାବଲମ୍ବୀ ହେବାର ସୁଯୋଗ ଦେଇଛି, ମନରେ ଆତ୍ମବିଶ୍ବାସ ବଢ଼ାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe