ଦୀଘାର ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଭିତରେ ମୁହଁ ଖୋଲିଲେ ଉପ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ

Advertisment

ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିବା ବିବାଦ ଭିତରେ ଏବେ ମୁହଁ ଖୋଲିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିବା ବିବାଦ ଭିତରେ ଏବେ ମୁହଁ ଖୋଲିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ୂର

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିବା ବିବାଦ ଭିତରେ ଏବେ ମୁହଁ ଖୋଲିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  କନକବର୍ଦ୍ଧନ ସିଂହଦେଓ ସମଗ୍ର ଭାରତବର୍ଷରେ ଚାରିଧାମ ରହିଛି। ସବୁଧାମରେ ଜଣେ ଜଣେ ଶଙ୍କରାଚାର୍ଯ୍ୟ ଅଛନ୍ତି। ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ କିଛି ସମସ୍ୟା ନାହିଁ। ହେଲେ ତାକୁ ଜଗନ୍ନାଥ ଧାମ କୁହାଯାଇପାରିବନି। ଜଗନ୍ନାଥ ଧାମ କହିଲେ ପୁରୀକୁ ବୁଝାଏ। ଏବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ଯାହା ପଦକ୍ଷେପ ନେବା କଥା ସେ ନେବେ, ଅପେକ୍ଷା କରନ୍ତୁ।

ଠିକ୍ ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦାରୁ ପ୍ରସଙ୍ଗରେ କହିଛନ୍ତି, ସରକାର ଘଟଣା ସଂପର୍କରେ ନଜର ରଖିଛନ୍ତି। ଏନେଇ ଆଜି ମୁଁ ଶ୍ରୀମନ୍ଦିର ପ୍ରଶାସକ ଓ ଆଇନ ବିଭାଗର ସଚିବଙ୍କ ସହ ଆଲୋଚନ ହୋଇଛି। ମହାପ୍ରଭୁଙ୍କ ଭାବନା ସହ ଖେଳିଲେ ନିସ୍ତାର ନାହିଁ। ଯିଏ ଭୁଲ୍ କରିଛନ୍ତି, ସେ ନିଶ୍ଚିତ ଦଣ୍ଡିତ ହେବେ। 

ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦାରୁ ପ୍ରସଙ୍ଗରେ କହିଛନ୍ତି, ସରକାର ଘଟଣା ସଂପର୍କରେ ନଜର ରଖିଛନ୍ତି। ଏନେଇ ଆଜି ମୁଁ ଶ୍ରୀମନ୍ଦିର ପ୍ରଶାସକ ଓ ଆଇନ ବିଭାଗର ସଚିବଙ୍କ ସହ ଆଲୋଚନ ହୋଇଛି। ମହାପ୍ରଭୁଙ୍କ ଭାବନା ସହ ଖେଳିଲେ ନିସ୍ତାର ନାହିଁ। ଯିଏ ଭୁଲ୍ କରିଛନ୍ତି, ସେ ନିଶ୍ଚିତ ଦଣ୍ଡିତ ହେବେ।   

ଉଲ୍ଲେଖଯୋଗ୍ୟ, ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାଦ ବଢ଼ିଛି ।   ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।  ଏହାକୁ ନେଇ ଓଡ଼ିଶାରେ ବିରୋଧର ବହ୍ନି ଜଳିବା ଆରମ୍ଭ ହେଲାଣି। ପୁରୀର ଗୁରୁତ୍ବ କମାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷଡ଼ଯନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe