ଉପଯୁକ୍ତ ସମୟରେ ସଠିକ୍ ନିଷ୍ପତ୍ତି ନିଆଯିବ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

New Project (3)

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,
ଯେଉଁ କମିସନ ବସିଥିଲା ତାହାର ଏବେ ତର୍ଜମା କରାଯାଉଛି। ଆଇନ ବିଭାଗ, ଆଇନ ବିଶାରଦମାନେ ତର୍ଜମା କରୁଛି। ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ସେ ଦିଗରେ ପରାମର୍ଶ ନିଆଯାଉଛି।। କଂଗ୍ରେସ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ଫାଇଲ୍ ଖୋଲିବାକୁ ଚାହୁଁଥିବା ପ୍ରଶ୍ନର ଜବାବରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, କଂଗ୍ରେସ କଣ ଡିମାଣ୍ଡ କରୁଛି, ତ‌ାହା ବଡ଼ କଥା ନୁହେଁ, ବିଜେପି ଯାହା ସଂକଳ୍ପ ନେଇଛି ତାହା କରିବ।

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର। ହତ୍ୟାକାରୀ ଯେତେ ବଡ଼ ବ୍ୟକ୍ତିତ୍ଵର ଅଧିକାରୀ ହୁଅନ୍ତୁ, ରାଜନୀତିରେ ବଡ଼ପଦବିରେ ବସିଥାଆନ୍ତୁ କିମ୍ବା ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପଦବିରେ ଥାଆନ୍ତୁ, ତାଙ୍କୁ ମାଟି ତଳୁ ବାହାର କରାଯିବ। ସରକାର ଉପରେ ସାଧାରଣ ଲୋକଙ୍କ ଭରସା ଅଛି। ଆଜି ତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସଭାମଞ୍ଚରୁ ସାଧୁସନ୍ଥମାନେ ମଧ୍ୟ ଆହ୍ବାନ ଦେଇଛନ୍ତି। ୧୮ ବର୍ଷ ହେଇଗଲା। ହତ୍ୟାକାରୀମାନେ ବାହାରେ ବୁଲୁଛନ୍ତି। ବିଜେପି ସରକାର ଦାୟିତ୍ଵ ନେବାର ବର୍ଷେ ହେଲା ।ଏ ସରକାର ହତ୍ୟାକାରୀ, ଆସାମୀମାନଙ୍କୁ ଧରିବ। ହତ୍ୟାରେ ସଂଶ୍ଳିଷ୍ଟ ବା ସଂପୃକ୍ତ ଥିବା ଷଡ଼ଯନ୍ତ୍ରକାରୀମାନେ ଧରପଡ଼ିବେ। ସେମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି। ମାଟି ତଳେ ଥିଲେ ବି ହତ୍ୟାକାରୀମାନଙ୍କୁ ବାହାର କରାଯିବ। 

ଏଣେ ଏହି ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର। ହତ୍ୟାକାରୀ ଯେତେ ବଡ଼ ବ୍ୟକ୍ତିତ୍ଵର ଅଧିକାରୀ ହୁଅନ୍ତୁ, ରାଜନୀତିରେ ବଡ଼ପଦବିରେ ବସିଥାଆନ୍ତୁ କିମ୍ବା ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପଦବିରେ ଥାଆନ୍ତୁ, ତାଙ୍କୁ ମାଟି ତଳୁ ବାହାର କରାଯିବ। ସରକାର ଉପରେ ସାଧାରଣ ଲୋକଙ୍କ ଭରସା ଅଛି। ଆଜି ତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସଭାମଞ୍ଚରୁ ସାଧୁସନ୍ଥମାନେ ମଧ୍ୟ ଆହ୍ବାନ ଦେଇଛନ୍ତି। ୧୮ ବର୍ଷ ହେଇଗଲା। ହତ୍ୟାକାରୀମାନେ ବାହାରେ ବୁଲୁଛନ୍ତି। ବିଜେପି ସରକାର ଦାୟିତ୍ଵ ନେବାର ବର୍ଷେ ହେଲା ।ଏ ସରକାର ହତ୍ୟାକାରୀ, ଆସାମୀମାନଙ୍କୁ ଧରିବ। ହତ୍ୟାରେ ସଂଶ୍ଳିଷ୍ଟ ବା ସଂପୃକ୍ତ ଥିବା ଷଡ଼ଯନ୍ତ୍ରକାରୀମାନେ ଧରପଡ଼ିବେ। ସେମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି। ମାଟି ତଳେ ଥିଲେ ବି ହତ୍ୟାକାରୀମାନଙ୍କୁ ବାହାର କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe