ଆଉ ନବୀନଙ୍କ ଉପରେ ଭରସା କରିପାରୁନାହାନ୍ତି ନେତା, ବିଜେଡିର ଭବିଷ୍ୟତ ଅନ୍ଧାରମୟ

ୱାକଫ୍‌ ସଂଶୋଧନ ବିଲ୍‌କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଥିବା ଦଳୀୟ କନ୍ଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଏଣେ ବିଜେଡି ନେତାମାନେ ଆଉ ନବୀନଙ୍କ ଉପରେ ଭରସା କରିପାରୁନାହାନ୍ତି। ବିଜେଡିର ଭବିଷ୍ୟତ ଅନ୍ଧାରମୟ।

krushna patra

ଭୁବନେଶ୍ବର: ୱାକଫ୍‌ ସଂଶୋଧନ ବିଲ୍‌କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଥିବା ଦଳୀୟ କନ୍ଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଭି.କେ.ପାଣ୍ଡିଆନଙ୍କୁ କଟାକ୍ଷ କରି କହିଛନ୍ତି, ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର ପାର୍ଟି ଛାଡ଼ି ପଳେଇବା ଯୋଜନାରେ ଅଛନ୍ତି। କେବଳ ଓଡ଼ିଶା ନୁହେଁ ସେ ସହ ଭାରତ ଛାଡ଼ି ପଳାଇବେ। ପାଣ୍ଡିଆନଙ୍କ କଣ୍ଟ୍ରୋଲ ବାହାରକୁ ଦଳ ଚାଲିଗଲାଣି, ଦଳ ଆଉ କାହା କଣ୍ଟ୍ରୋଲରେ ନାହିଁ, ଯାହାକି ଏବେର ଘଟଣାରୁ ଜଣା ପଡ଼ିଗଲା । ପାଣ୍ଡିଆନ ଆକ୍ସନ ଭୟରେ ବିପଦ ଅନୁଭବ କଲେଣି। ତେଣୁ ସେ ଭାରତ ଛାଡ଼ିବା ଉଦ୍ଦେଶ୍ୟରେ ଅଛନ୍ତି।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ନବୀନଙ୍କ ନେତୃତ୍ୱ ଉପରେ ଆଉ କାହାର ଭରସା ନାହିଁ । ଏଣେ ବିଜେଡି ନେତାମାନେ ଆଉ ନବୀନଙ୍କ ଉପରେ ଭରସା କରିପାରୁନାହାନ୍ତି। ବିଜେଡିର ଭବିଷ୍ୟତ ଅନ୍ଧାରମୟ। ତାଙ୍କ ଦଳରେ ହେଉଥିବା ଖେଳ ବାବଦରେ ବଦ୍ରି ପାତ୍ର ଓ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତାମାନେ କହି ସାରିଲେଣି । ଆଗାମୀ ଦିନରେ ଅନେକ କିଛି ହେବ, ଅପେକ୍ଷା କରନ୍ତୁ ।
ବୟସାଧିକ୍ୟ କାରଣରୁ ନବୀନ କୁଆଡ଼େ ଯାଇ ପାରୁନାହାନ୍ତି । ନିର୍ବାଚନ ସମୟରେ ବି ନବୀନ କୁଆଡ଼େ ଗଲେ ନାହିଁ । ସବୁ ଆଡ଼କୁ ପାଣ୍ଡିଆନକୁ ପଠାଉଥିଲେ, ନିର୍ବାଚନ ସମୟରେ ପାଣ୍ଡିଆନ ହେଲିକପ୍ଟର ଧରି ସାରା ରାଜ୍ୟ ବୁଲୁଥିଲେ । ମନ୍ତ୍ରୀ, ବିଧାୟକମାନଙ୍କୁ ମଧ୍ୟ ମଞ୍ଚ ଉପରେ ବସିବାକୁ ଦେଉନଥିଲେ ପାଣ୍ଡିଆନ। ଏକୁଟିଆ ମଞ୍ଚ ଉପର ରହି ତାମିଲନାଡୁ ଷ୍ଟାଇଲରେ ଭାଷଣ ଦେଉଥିଲେ ।
ବିଜେଡି ଜିତିଲା ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପାଣ୍ଡିଆନ ଲକ୍ଷ୍ୟ ରଖିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ ପାଣ୍ଡିଆନ, କିନ୍ତୁ ଓଡ଼ିଶା ମାଟିକୁ ପାଣ୍ଡିଆନ ଜାଣିପାରିଲେ ନାହିଁ । ଓଡ଼ିଶା ଲୋକ ବିଜ୍ଞତାର ପରିଚୟ ଦେଲେ କାରଣ ଓଡ଼ିଶାକୁ କେହି ଲୁଟ୍ କରି ପଳାଇବ, ଏହା କେବେ ଚଳିବ ନାହିଁ । ଆଜି ଆକ୍ସନ ନିଆଯାଇନାହିଁ, କାଲି ଆକ୍ସନ ନିଆଯିବ, କାହାକୁ ଛଡ଼ାଯିବ ନାହିଁ । ଓଡ଼ିଶାକୁ ଯିଏ ବି ଲୁଟିବାକୁ ଚେଷ୍ଟା କରିବ, ତାକୁ ଛଡାଯିବ ନାହିଁ । 

bjd

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe