କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ପୃଥ୍ବୀରାଜ ହରିଚନ୍ଦନ

Advertisment

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ପୁଣି ଖୋଲିବ ୩ ହତ୍ୟା ମାମଲା ଫାଇଲ୍‌: ପୂର୍ବତନ ମନ୍ତ୍ରୀ ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ଓ ମମିତା ମେହର

ଭୁବନେଶ୍ବର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ  ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସୁରେଶ ପୂଜାରୀ କହିଛନ୍ତି, କିଟରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି। କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି ସେନେଇ ତଦନ୍ତ କରାଯାନଉଛି।
ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଯାହା କରିବା କଥା କରୁଛି। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପଢୁଥିବା ଜଣେ ବିଦେଶୀ ଛାତ୍ରୀ ଜୀବନ ହାରିଥିବା ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଥିଲା। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିଟ୍ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ।  

ସୁରେଶ ପୂଜାରୀ କହିଛନ୍ତି, କିଟରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି। କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି ସେନେଇ ତଦନ୍ତ କରାଯାନଉଛି। ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଯାହା କରିବା କଥା କରୁଛି। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ପ୍ରାଥମିକ ସୂଚନା ଅନୁଯାୟୀ ନେପାଳର ଛାତ୍ରୀ ପ୍ରୀଶା ଶାହ କିଟ୍ରେ ଇଂଜିନିୟରିଂ ପଢୁଥିଲେ। ସେ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଛାତ୍ରାବାସରେ ରହୁଥିଲେ ବୋଲି କୁହାଯାଉଛି। କ୍ୟାମ୍ପସ୍ରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ତେବେ ଏନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। 
ଉଲ୍ଲେଖଯୋଗ୍ୟ, ଦେଶର ଏହି ଜଣାଶୁଣା ଶିକ୍ଷାନୁଷ୍ଠାନରେ ଗତ କିଛି ମାସ ପୂର୍ବରୁ ଜଣେ ଛାତ୍ରୀ ଜୀବନ ହାରିଥିଲେ। ସଂପୃକ୍ତ ଛାତ୍ରୀ ଜଣକ ମଧ୍ୟ ନେପାଳର ବାସିନ୍ଦା ଥିଲେ ଏବଂ କିଟ୍ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ରହୁଥିଲେ। ଛାତ୍ରୀଙ୍କ ମୃତ୍ୟୁ ନେଇ ଓଡ଼ିଶା ସମେତ ଦେଶର ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଆତ୍ମହତ୍ୟା ସାରା ବିଶ୍ବରେ ଚହଳ ପକାଇଥିଲା। ଏପର୍ଯ୍ୟନ୍ତ ମଧ୍ୟ ସମାଧାନ ହୋଇପାରି ନାହିଁ। ଏହାରି ଭିତରେ ପୁଣିଥରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦର ମୁଣ୍ଡ ଟେକିଛି।

kiit

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe