ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି: ପ୍ରତାପ ଷଡ଼ଙ୍ଗୀ

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ।

pratap sarangi

ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି,
ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି। ସରକାର ଏହାକୁ ପ୍ରତିହତ କରିପାରିନାହାନ୍ତି କିମ୍ବା ତ୍ୱରିତ ପ୍ରତିକାର ମଧ୍ୟ କରିପାରୁନାହାନ୍ତି। ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ ପ୍ରୋତ୍ସାହନରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରୀ ରହିଛି। ଆଉ ସେହି ଆତଙ୍କବାଦୀଙ୍କ ପ୍ରତି ସମ୍ବେଦନଶୀଳ ଏବଂ କରୁଣାପରାୟଣ ଅଛନ୍ତି ସେଠିକା ସରକାର। କେତେ ଏଭଳି ନିରୀହ ଡାକ୍ତର ଛାତ୍ରୀ ବଳି ପଡ଼ିବେ। ଅନେକ ଅଭିଯୁକ୍ତ ଏବେ ବି  ଧରାପଡ଼ିନାହାନ୍ତି।

ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି। ସେମାନେ ସେଇଠି ଚିକିତ୍ସିତ ହେବେ ସୁସ୍ଥ ହେବାପରେ ଓଡ଼ିଶା ଆସିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ରାଜନୀତି ନକରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ କଠୋର ଶାସ୍ତି ପ୍ରଦାନ କରନ୍ତୁ। ନିରୀହ ଛାତ୍ରୀଙ୍କ ଏକମାତ୍ର ଭୁଲ ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବିଶ୍ବାସ କରି ଯାଇଛନ୍ତି। ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ। 

ସେ ଆହୁରି କହିଛନ୍ତି, ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି। ସେମାନେ ସେଇଠି ଚିକିତ୍ସିତ ହେବେ ସୁସ୍ଥ ହେବାପରେ ଓଡ଼ିଶା ଆସିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ରାଜନୀତି ନକରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ କଠୋର ଶାସ୍ତି ପ୍ରଦାନ କରନ୍ତୁ। ନିରୀହ ଛାତ୍ରୀଙ୍କ ଏକମାତ୍ର ଭୁଲ ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବିଶ୍ବାସ କରି ଯାଇଛନ୍ତି। ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe