ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍: ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ

ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ କହିଛନ୍ତି, ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍।  

ଅଦ୍ୟତନ ହୋଇଛି
ପ୍ରଶାନ୍ତ

Photograph: (Sambad.in)

ବାଲେଶ୍ବର: ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍। ଏହା ହିଁ ମୋ ସ୍ବାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ମୋ ସ୍ବାମୀ ଯେଉଁଠି ବି ଥିବେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହାୟତାକୁ ମୁଁ ଭୁଲିବି ନାହିଁ। ଆତଙ୍କବାଦର ମୂଳୋତ୍ପାଟନ ହେବା ଦରକାର।ମୁଁ ଭାରତ ସରକାରଙ୍କ ନିକଟରେ ଚିର ଋଣୀ ରହିବି।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଗାଁ ଶ୍ମଶାନରେ ଅନୁଷ୍ଠିତ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପୁଅର ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଶାନ୍ତଙ୍କ ମରଶରୀର ଆଜି ଭୋର୍‌ ସମୟରେ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଈଶାଣୀ ଗ୍ରାମରେ ପହଞ୍ଚିଥିଲା। ଏହି ସମୟରେ ଶେଷଦର୍ଶନ ପାଇଁ ଚାହିଁ ବସିଥିବା ପରିବାର, ବନ୍ଧୁବାନ୍ଧବ, ଗ୍ରାମବାସୀ ଓ ସହକର୍ମୀଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା। ପ୍ରଶାନ୍ତ ଶତପଥୀ ଅମର ରହେ... ଭାରତ ମାତାକି ଜୟ... ଆତଙ୍କବାଦ ମୁର୍ଦ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ... ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମରଶରୀରକୁ ଶୋଭାଯାତ୍ରାରେ ଘରକୁ ଏବଂ ପରେ ଗାଁ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ଏକମାତ୍ର ପୁଅ ତନୁଜ ଶତପଥୀ ମୁଖାଗ୍ନି ଦେଇଥିଲେ।  

ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି ।  ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।

ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି ।  ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।

pahalgam-terror- attack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe