ପରିକ୍ରମା ପ୍ରକଳ୍ପ କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା: ତଦନ୍ତ ଆରମ୍ଭ କଲା ପୁଲିସ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି l

Untitled

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି l କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଏହି ଧମକପୂର୍ଣ୍ଣ ଲେଖା ଲେଖିଛି ସେ ନେଇ ତନାଘନା ଆରମ୍ଭ କରାଯାଇଛି l ସେଇ ପରିକ୍ରମା ମାର୍ଗରେ ଥିବା ସିସି ଟିଭି ଯାଞ୍ଚ କରାଯାଉଛି ଏବଂ ସ୍ୱତନ୍ତ୍ର ଟିମ ଘଟଣାର ଅନୁଧ୍ୟାନ କରୁଛନ୍ତି l

ପୁରୀ ଏସ୍‌ପି ଆହୁରି କହିଛନ୍ତି, ଯିଏ ଲେଖିଛି ସ୍ୱତନ୍ତ୍ର ଟିମ ତାକୁ ଚିହ୍ନଟ କରିଲା ପରେ ସବୁ ସ୍ପଷ୍ଟ ହେବ l ସେଇ କାନ୍ଥରେ ଯେଉଁ ଟେଲିଫୋନ ନମ୍ବର ଲେଖାଯାଇଛି ତାହାର ମଧ୍ୟ ଯାଞ୍ଚ ହେଉଛିl କିଛି ତଥ୍ୟ ପୁଲିସର ହସ୍ତଗତ ହୋଇଛିl ପୁରୀ ପୁଲିସ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରାଥମିକତା ଦିଆଯାଇଛି l ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବା ପରେ ତଦନ୍ତ ଆରମ୍ଭ ହୋଇ ଲେଖାଗୁଡ଼ିକୁ ଲିଭାଯାଇଛି। ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ଦେବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l

ପୁରୀ ଏସ୍‌ପି କହିଛନ୍ତି, ଯିଏ ଲେଖିଛି ସ୍ୱତନ୍ତ୍ର ଟିମ ତାକୁ ଚିହ୍ନଟ କରିଲା ପରେ ସବୁ ସ୍ପଷ୍ଟ ହେବ l ସେଇ କାନ୍ଥରେ ଯେଉଁ ଟେଲିଫୋନ ନମ୍ବର ଲେଖାଯାଇଛି ତାହାର ମଧ୍ୟ ଯାଞ୍ଚ ହେଉଛିl କିଛି ତଥ୍ୟ ପୁଲିସର ହସ୍ତଗତ ହୋଇଛିl ପୁରୀ ପୁଲିସ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରାଥମିକତା ଦିଆଯାଇଛି l ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବା ପରେ ତଦନ୍ତ ଆରମ୍ଭ ହୋଇ ଲେଖାଗୁଡ଼ିକୁ ଲିଭାଯାଇଛି। ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ଦେବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l

ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା। ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe