ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ, ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅମଲାଙ୍କ ବିନା ଲୋକଙ୍କ ପାଖରେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ।

suresh pujari 1

ଭୁବନେଶ୍ବର: ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅମଲାଙ୍କ ବିନା ଲୋକଙ୍କ ପାଖରେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ। ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର। ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ। କାମ ନ କଲେ ଦରମା ବନ୍ଦ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,କ୍ୟାଡର ପୁନର୍ଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି। ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ। ଜିଲ୍ଲପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ଛୁଟି ବାତିଲ ହେବ, ଛୁଟି ମଞ୍ଜୁର ହେବ ନାହିଁ। ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। କ୍ୟାଡର ପୁନର୍ଗଠନ ଦାବି ଆମ ବିଭାଗର ନୁହେଁ। ତଥାପି ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ସମୂହ ଛୁଟିରୁ ଓହରିବାକୁ ମୁଁ ନିବେଦନ କରୁଛି।

ସେ ଆହୁରି କହିଛନ୍ତି, କ୍ୟାଡର ପୁନର୍ଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି। ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ। ଜିଲ୍ଲପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ଛୁଟି ବାତିଲ ହେବ, ଛୁଟି ମଞ୍ଜୁର ହେବ ନାହିଁ। ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। କ୍ୟାଡର ପୁନର୍ଗଠନ ଦାବି ଆମ ବିଭାଗର ନୁହେଁ
ତଥାପି ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ସମୂହ ଛୁଟିରୁ ଓହରିବାକୁ ମୁଁ ନିବେଦନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe