ଭୋଟ ଚୋରି ପ୍ରସଙ୍ଗ, ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ: ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ

ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ବିଶ୍ୱାସ ବିଜେପି ଜିତିଛି। ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ। ଏବେ ମିଛ ଅଭିଯୋଗ ଆଣି କଂଗ୍ରେସ ଓ ବିଜେଡି ଓଡ଼ିଆ ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ।       

New Project (17)

ଭୁବନେଶ୍ବର: ଭୋଟ ଚୋରି ପ୍ରସଙ୍ଗରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,କଂଗ୍ରେସକୁ ଭାରତର ନିର୍ବାଚନ କମିସନ୍ ତଥ୍ୟ ଦେବାକୁ କହିଲେ। ହେଲେ ସେମାନେ ତଥ୍ୟ ଦେଲେ ନାହିଁ। ଏବେ ରାଜ୍ୟରେ କଂଗ୍ରେସ ଓ ବିଜେଡି ପ୍ରତିଯୋଗିତା କରୁଛନ୍ତି, କିଏ ମୁଖ୍ୟ ବିରୋଧୀ ଦଳ ହେବ। ଗୋଟାଏ ସମୟରେ ରାଜ୍ୟରେ କଂଗ୍ରେସ ଓ ବିଜେଡି ମଧ୍ୟ ରାଜ୍ୟରେ ୨୦ ଆସନ ଜିତିଥିଲେ। ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ବିଶ୍ୱାସ ବିଜେପି ଜିତିଛି। ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ। ଏବେ ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ।   

ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି,କଂଗ୍ରେସକୁ ଭାରତର ନିର୍ବାଚନ କମିସନ୍ ତଥ୍ୟ ଦେବାକୁ କହିଲେ। ହେଲେ ସେମାନେ ତଥ୍ୟ ଦେଲେ ନାହିଁ। ଏବେ ରାଜ୍ୟରେ କଂଗ୍ରେସ ଓ ବିଜେଡି ପ୍ରତିଯୋଗିତା କରୁଛନ୍ତି, କିଏ ମୁଖ୍ୟ ବିରୋଧୀ ଦଳ ହେବ। ଗୋଟାଏ ସମୟରେ ରାଜ୍ୟରେ କଂଗ୍ରେସ ଓ ବିଜେଡି ମଧ୍ୟ ରାଜ୍ୟରେ ୨୦ ଆସନ ଜିତିଥିଲେ। ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ବିଶ୍ୱାସ ବିଜେପି ଜିତିଛି। ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ। ଏବେ ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ।                           

ଏଣେ କଂଗ୍ରେସ ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ମହିଳା ସମ୍ମାନ ପାଇଁ କଂଗ୍ରେସ ଏକ ହୋଇ ଲଢୁଛି । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଲଢେଇ ଜାରି ରହିଛି। କଂଗ୍ରେସକୁ ବଢୁଥିବା ଭଲପାଇବା ଦେଖି ସରକାରୀ ଦଳ କଂଗ୍ରେସ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ମୋ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି, କଂଗ୍ରେସ ଦଳକୁ ବଦନାମ କରିବାକୁ। ମୋ ନାଆଁରେ ଗୋଟିଏ ଖବରକାଗଜରେ ମିଛ ଖବର ପ୍ରକାଶ କରାଯାଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରାଯାଉଛି।  ଯଦି ସରକାର ଚାହିଁବେ ତେବେ ସବୁ ପ୍ରକାର ତଦନ୍ତକୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ। ମୁଁ ସାଇବର୍ ଥାନା ଓ ଆଇନଗତ ପଦକ୍ଷେପ ନେବି। ଯେଉଁମାନେ ପଛରେ ଅଛନ୍ତି ସେମାନେ ସଜାଗ ହୋଇଯାଆନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe