ପୀଡ଼ିତାଙ୍କୁ ନ୍ୟାୟ ଦେବା ସରକାରଙ୍କ ଏକ ମାତ୍ର ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ସରକାରଙ୍କୁ ବ୍ୟଥିତ କରିଛି। ବହୁ କଷ୍ଟ ଦେଇଛି।

New Project (44)

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ସରକାରଙ୍କୁ ବ୍ୟଥିତ କରିଛି। ବହୁ କଷ୍ଟ ଦେଇଛି। ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡ଼ିବ ସରକାର ତାହା କରିବେ। ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀଙ୍କ ଉପସ୍ଥିତରେ ରାଜ୍ୟ ସରକାର ସ୍ଥିତିର ସମୀକ୍ଷା କରିଛନ୍ତି।

ବାଲେଶ୍ବର ଏଫ୍‌ଏମ୍‌ କଲେଜର କେବଳ ବିଭାଗୀୟ ମୁଖ୍ୟ କି ଅଧକ୍ଷ ନୁହନ୍ତି, ଝିଅ ଜୀବନ ହାରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେକୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ। ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିଲା ପରେ ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ସରକାରଙ୍କ ଏକ ମାତ୍ର ଲକ୍ଷ୍ୟ। 

-ସୁରେଶ ପୂଜାରୀ, ରାଜସ୍ବ ମନ୍ତ୍ରୀ

ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲା। ହେଲେ ରିପୋର୍ଟ ଆସୁ ନଥିଲା କି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉ ନଥିଲା। ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ଚାଲିଛି, ଆଉ କଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରିଛୁ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସ୍ଥିତି ସମୀକ୍ଷା ବୈଠକରେ ବିଧାୟକ ବାବୁ ସିଂ, ଇରାସୀସ ଆଚାର୍ଯ୍ୟ, ଝାରସୁଗୁଡ଼ା ଟଙ୍କଧର ତ୍ରିପାଠୀ, ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଥିଲା। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ଲୁହରେ ସୌମ୍ୟାଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। 

Balasore | Soumayashree Bisi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe