ବିଜେଡି ଏବଂ କଂଗ୍ରେସ ଦଳ ଭିତରେ ବୋଧହୁଏ ମହିଳା ଦୁଷ୍କର୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି

Advertisment

ଅମରେଶ ଜେନା ଗିରଫ ଘଟଣା  ଓ ପ୍ରମିଳା ମଲ୍ଲିକଙ୍କ ରାଷ୍ଟ୍ରପତି ଶାସନ ମନ୍ତବ୍ୟରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର।

ଅମରେଶ ଜେନା ଗିରଫ ଘଟଣା  ଓ ପ୍ରମିଳା ମଲ୍ଲିକଙ୍କ ରାଷ୍ଟ୍ରପତି ଶାସନ ମନ୍ତବ୍ୟରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର।

New Pre(19)

ଭୁବନେଶ୍ବର: ଅମରେଶ ଜେନା ଗିରଫ ଘଟଣା  ଓ ପ୍ରମିଳା ମଲ୍ଲିକଙ୍କ ରାଷ୍ଟ୍ରପତି ଶାସନ ମନ୍ତବ୍ୟରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର। କେହି ଯଦି ମହିଳା ହିଂସା କିମ୍ବା ଦୁଷ୍କର୍ମ ର ଶିକାର ହୁଏ ସରକାର କେବେ ଛାଡ଼ିନାହାନ୍ତି କି ଛାଡ଼ିବେ ନାହିଁ। ସେ ଯେକୌଣସି ଲୋକ ହୁଅନ୍ତୁ।

ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ  କହିଛନ୍ତି, ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଭିତରେ ବୋଧହୁଏ ମହିଳା ଦୁଷ୍କର୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଛାତ୍ର କଂଗ୍ରେସ ସଭାପତି ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଜେଲରେ ଅଛନ୍ତି। ବିଜେଡି କର୍ପୋରେଟର ଆଜି ଦୁଷ୍କର୍ମ ଘଟଣାରେ ଜେଲ ଯାଉଛନ୍ତି, ଲୋକ ଦେଖୁଛନ୍ତି। ଉଭୟ ରାଜନୈତିକ ଦଳ ଏବଂ ତାଙ୍କ ମୁଖିଆମାନେ ଯେଉଁଭଳି ପ୍ରତିକ୍ରିୟା ଦେବା କଥା ସେମିତି ଦେଉନାହାନ୍ତି। ସେମାନଙ୍କ ଇତିହାସରେ ସେୟା ଅଛି ବୋଧ ହୁଏ। ଅତୀତରେ କଂଗ୍ରେସ ସରକାର ଏବଂ ବିଜେଡି ସରକାର ସମୟର ଯେଉଁ ଭଳି ଘଟଣା ସବୁ ମହିଳାଙ୍କ ପ୍ରତି ଘଟିଥିଲା ଆମେ ଦେଖିଛେ।

ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଭିତରେ ବୋଧହୁଏ ମହିଳା ଦୁଷ୍କର୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଛାତ୍ର କଂଗ୍ରେସ ସଭାପତି ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଜେଲରେ ଅଛନ୍ତି। ବିଜେଡି କର୍ପୋରେଟର ଆଜି ଦୁଷ୍କର୍ମ ଘଟଣାରେ ଜେଲ ଯାଉଛନ୍ତି, ଲୋକ ଦେଖୁଛନ୍ତି। ଉଭୟ ରାଜନୈତିକ ଦଳ ଏବଂ ତାଙ୍କ ମୁଖିଆମାନେ ଯେଉଁଭଳି ପ୍ରତିକ୍ରିୟା ଦେବା କଥା ସେମିତି ଦେଉନାହାନ୍ତି। ସେମାନଙ୍କ ଇତିହାସରେ ସେୟା ଅଛି ବୋଧ ହୁଏ। ଅତୀତରେ କଂଗ୍ରେସ ସରକାର ଏବଂ ବିଜେଡି ସରକାର ସମୟର ଯେଉଁ ଭଳି ଘଟଣା ସବୁ ମହିଳାଙ୍କ ପ୍ରତି ଘଟିଥିଲା ଆମେ ଦେଖିଛେ।


ପ୍ରମିଳା ମଲ୍ଲିକଙ୍କୁ କଡ଼‌ା ଜବାବ ଦେଇ ସେ କହିଛନ୍ତି, ମହିଳା ହିଂସାରେ କାହାକୁ ଛଡ଼ାଯାଇନାହିଁ । ବିଜେଡି ସମୟରେ କୁନ୍ଦୁଲି ଘଟଣା ସମସ୍ତେ ଦେଖିଛେ। ସରକାର ତାକୁ ପାଗଳ ବୋଲି ଘୋଷଣା କରିବାକୁ ଚେଷ୍ଟା କଲେ। ପ୍ରତି ମାସରେ କୁନ୍ଦୁଳି ଠୁ ବଡ଼ ଘଟଣା ଘଟିଥିଲା। କାହିଁକି ସେତେବେଳେ ଚୁପ୍ ରହିଥିଲେ ତାର ଉତ୍ତର ଦିଅନ୍ତୁ। ନବ ଦାସ୍ ଘଟଣାରେ କାହିଁକି ଚୁପ୍ ଥିଲେ ଉତ୍ତର ଦିଅନ୍ତୁ । ବିଜେପି ସରକାର ଆସିବା ପରେ କୌଣସି ଦୋଷୀଙ୍କୁ ଛଡ଼ା ଯାଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe