୩୦ ବର୍ଷ ପରେ ଆସିଲା ଦୁର୍ଦ୍ଦାନ୍ତ ହିଡ଼ମାର ଫଟୋ, ସୋସିଆଲ ମିଡିଆରେ ଭାଇରାଲ

ଦେଶର ସବୁଠାରୁ ଦୁର୍ଦ୍ଦାନ୍ତ ଓ ୬ ରାଜ୍ୟ ପାଇଁ କ୍ୟୁଖ୍ୟାତ ହିଡମା ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଏଥର କିନ୍ତୁ ସେ କୌଣସି ଅଘଟଣ ଘଟାଇ ଚର୍ଚ୍ଚାକୁ ଆସି ନାହିଁ। ବରଂ ହିଡ଼ମାର ବର୍ତ୍ତମାନର ଏକ ଫଟୋ ଏବେ ବେଶ ଭାଇରାଲ ହେବାକୁ ଲାଗିଛି।

ଅଦ୍ୟତନ ହୋଇଛି
Hidma

Hidma Photograph: (sambad.in)

ମାଲକାନଗିରି: ଦେଶର ସବୁଠାରୁ ଦୁର୍ଦ୍ଦାନ୍ତ ଓ ୬ ରାଜ୍ୟ ପାଇଁ କ୍ୟୁଖ୍ୟାତ ହିଡମା ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଏଥର କିନ୍ତୁ ସେ କୌଣସି ଅଘଟଣ ଘଟାଇ ଚର୍ଚ୍ଚାକୁ ଆସି ନାହିଁ। ବରଂ ହିଡ଼ମାର ବର୍ତ୍ତମାନର ଏକ ଫଟୋ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ବର୍ତ୍ତମାନ ହିଡମା କିଭଳି ଦେଖାଯାଉଛି ତାହାର ଏକ ଫଟୋ ଏବେ ଭାଇରାଲ ହୋଇଛି। ନକ୍ସଲ ସଂଗଠନରୁ ଏହି ଫଟୋ ଭାଇରାଲ ହୋଇଥିବା ଜଣାପଡିଛି।

ଦୀର୍ଘ ୩୦ ବର୍ଷ ତଳର ହିଡମାର ଏକ ଫଟୋ ହିଁ ସବୁ ଗଣମାଧ୍ୟମ ତଥା ପୁଲିସ ନିକଟରେ ରହିଥିଲା। କିନ୍ତୁ ଏବେ ଯେଉଁ ଫଟୋ ଆସିଛି ତାହା ସଂପୂର୍ଣ୍ଣ ଅଲଗା। ହିଡମା ଏକେ-୪୭ ବନ୍ଧୁକ ଧରି ଛିଡା ହୋଇଥିବା ଫଟୋ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ବସ୍ତର ଅଂଚଳରେ ଯେତେ ବଡ଼ ଅଘଟଣ ଘଟେ ସବୁଥିରେ ହିଡମାର ହାତ ରହିଥାଏ। କିନ୍ତୁ ପୁଲିସ ହିଡମାର ବର୍ତ୍ତମାନର ଫଟୋ ପାଇଁ ବେଶ ବ୍ୟାକୁଳ ରହିଥିଲା। ସବୁ ଅଘଟଣ ଘଟାଇ ଖସିଯାଉଥିବା ହିଡମା ଏବେ କେମିତି ଦେଖାଯାଉଛି। ତାକୁ ନେଇ ଗଣମାଧ୍ୟମ ସମେତ ସରକାର ଏବଂ ପୁଲିସର ଏକ ବଡ ଚିନ୍ତା ଥିଲା।

ସୂଚନାଯୋଗ୍ୟ ଯେ ନକ୍ସଲ ସଂଗଠନର ବଡ଼ବଡ଼ ନେତାଙ୍କ କୌଣସି ଫଟୋ ସାମ୍ନାକୁ ଅଣାଯାଇନଥାଏ। ଯେମିତି ବାସବରାଜୁଙ୍କ ୩୫ ବର୍ଷ ତଳର ଫଟୋ ହିଁ ପୁଲିସ ଏବଂ ଗଣମାଧ୍ୟମ ନିକଟରେ ରହିଥିଲା। ବାସବରାଜୁର ମୃତ୍ୟୁ ପରେ ହିଁ ତାର ବର୍ତ୍ତମାନର ମୃତ ଫଟୋ ହିଁ ପୁଲିସ ଦେଖି ଜାଣିପାରିଥିଲା। ପୁଲିସ ଏବେ ଏହି ଫଟୋ ସାରା ରାଜ୍ୟରେ ଭାଇରାଲ କରିଦେଇଛି। କୌଣସି ଲୋକ ଯଦି ଏହାର ଖବର ଦିଅନ୍ତି ତେବେ ତାଂକୁ ପୁରସ୍କାର ପ୍ରଦାନ କରାଯିବା ସହ ସମସ୍ତ ସୂଚନା ଗୁପ୍ତ ରଖାଯିବ ବୋଲି କୁହାଯାଇଛି।

ତେବେ ଏହି ଫଟୋ ଛତିଶଗଡ଼ର ଜଣେ ଗଣମାଧ୍ୟମ ପ୍ରତିନିଧିକୁ ଜଣେ ନକ୍ସଲ ହିଁ ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଫଟୋ ନକ୍ସଲଙ୍କ ବଡ଼ ନେତାଙ୍କ ପ୍ରୋଫାଇଲ ପ୍ରସ୍ତୁତ କରିବା ପାଇଁ ଉଠାଯାଇଥିଲା, ଯିଏ ବି ନକ୍ସଲ ଏହାକୁ ପ୍ରଦାନ କରିଛି ସେ ହିଡ଼ମା ସହ ଦୀର୍ଘ ସମୟ ଧରି କାମ କରିସାରିଛି। ତେଣୁ ଏହି ଫଟୋ ହିଁ ହିଡମାର ବର୍ତ୍ତମାନର ଫଟୋ ବୋଲି ସ୍ପଷ୍ଟ କରାଯାଇଛି। ଏବେ ପୁଲିସ ହିଡମା ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ତ ବଳ ଖର୍ଚ୍ଚ କରୁଛି। କିନ୍ତୁ ସଫଳ ହୋଇପାରୁନାହିଁ। କିନ୍ତୁ ଆଉ ବେଶୀ ସମୟ ନାହିଁ ବୋଲି ପୁଲିସ ଯୁକ୍ତି ବାଢିଛି। ଏଥର ହିଡମାର ପାଳି ବୋଲି ପୁଲିସ କହିଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe