ପାଣିପାଗ: ଏହି ୭ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଘଣ୍ଟା ପିଛା ପବନ ବହିପାରେ ୭୦କିମି

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୭ଟି ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କରିଛି। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ରେଡ୍‌ ଆଲର୍ଟ ହୋଇଛି।

Lightning warning

Lightning warning Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗରମ ସହିତ ଗୁଳୁଗୁଳି ଜାରି ରହିଥିବା ବେଳେ ଆହୁରି ୪୮ ଘଣ୍ଟା ଜନଜୀବନ ଅସ୍ତବ୍ୟସ୍ତ କରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ଏହାସହ କାଳବୈଶାଖୀ ଯୋଗୁଁ ୪ ଦିନ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୨ ଦିନ ଯାଏ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟାରେ କୋରାପୁଟ, ରାୟଗଡା, ଗଂଜାମ, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୧ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିମି ଝଡ଼ ପବନର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଙ୍ଗ ଜାରି ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୭ଟି ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କରିଛି। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ରେଡ୍‌ ଆଲର୍ଟ ହୋଇଛି। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ କିମି ସହ ବର୍ଷା ସମ୍ଭାବନା ରହିଛି।  

ପାଣିପାଗ ବିଭାଗ ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଂଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଥିବା ବେଳେ ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୨୪ ଘଣ୍ଟା ପାଇଁ ୭ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କଟକ ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ଆସନ୍ତାକାଲି ସମାନ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ତାପମାତ୍ରା କମ ରହିଲେ ବି  ହିଟ ଇଣ୍ଡେକ୍ସକୁ ନେଇ ଗୁଳୁଗୁଳି ଓ ଗରମ ଅସହ୍ୟ ହେଉଛି। ବିଶେଷ କରି ବାୟୁ ଚଳାଚଳ ଓ ମାତ୍ରାଧିକ ଆଦ୍ରତା ପରିମାଣକୁ ନେଇ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ଆସନ୍ତା ୨୪ ତାରିଖ ପରେ ଏହି ପାଗରେ ପରିବର୍ତ୍ତନ ହୋଇପାରେ।। ୧୮ କିମ୍ବା ୧୯ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟର ସମ୍ଭାବନା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପରେ ରହିଛି। ଏହାର ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇପାରେ। 

ବଜ୍ରପାତରେ ଜଳିଲା ନଡ଼ିଆ ଗଛ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଆଜି ଅପରାହ୍ନରେ କଳାହାଣ୍ଡିଆ ମେଘ ଆସିବା ସହ ସାରା ଅଞ୍ଚଳ ଅନ୍ଧାର ହୋଇଯାଇଥିଲା। କିଛି ସମୟ ମଧ୍ୟରେ ପ୍ରବଳ ଘଡ଼ଘଡ଼ି ସହିତ ବିଜୁଳି ମାଡ଼ ହୋଇଥିଲଶ। ବଜ୍ରପାତରେ କଳିଙ୍ଗା ପଞ୍ଚାୟତର କୁରୁମିଙ୍ଗିଆ ଗାଁରେ ଏକ ନଡ଼ିଆ ଗଛ ଶିଖରରେ ନିଆଁ ଲାଗି ଯାଇଥିଲା। ଦୀର୍ଘ ସମୟ ଧରି ନଡ଼ିଆ ଗଛ ଜଳିବାରେ ଲାଗିଥିଲା। ଗ୍ରାମବାସୀ ଏହିଭଳି ଦୃଶ୍ୟ ଦେଖି ଭୟଭୀତ ହୋଇଥିଲେ। କିଛି ଯୁବକ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିବାରେ ଲାଗିବା ସହ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ।

Thunder storm | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe