କୁଲୁତା ସମାଜ ଆଂଚଳିକ କେନ୍ଦ୍ର ଉଦ୍‌ଘାଟିତ

କୁଲୁତା ସମାଜର ଲୋକେ ବହୁତ ପରିଶ୍ରମୀ । ଶିକ୍ଷା ହେଉ କି କୃଷି ସବୁଥିରେ ଏମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିସାରିଛନ୍ତି, ବର୍ତ୍ତମାନ କିନ୍ତୁ କୁଲୁତା ସମାଜକୁ ସମଗ୍ରିକ ବିକାଶ ଦିଗକୁ ଆଗେଇବାର ସମୟ ଆସିଛି ତେଣୁ ଆମକୁ ବୁଝିବାକୁ ପଡିବ ଆମ ଭିତରେ ଏକତା ରଖିବାକୁ ପଡିବ

kulta samaj

ଦେଓଗାଁ: କୁଲୁତା ସମାଜର ଲୋକେ ବହୁତ ପରିଶ୍ରମୀ । ଶିକ୍ଷା ହେଉ କି କୃଷି ସବୁଥିରେ ଏମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିସାରିଛନ୍ତି, ବର୍ତ୍ତମାନ କିନ୍ତୁ କୁଲୁତା ସମାଜକୁ ସମଗ୍ରିକ ବିକାଶ ଦିଗକୁ ଆଗେଇବାର ସମୟ ଆସିଛି ତେଣୁ ଆମକୁ ବୁଝିବାକୁ ପଡିବ ଆମ ଭିତରେ ଏକତା ରଖିବାକୁ ପଡିବ, ଏକତା ହେଲେ ହିଁ କୁଲୁତା ସମାଜ ନିଶ୍ଚିତ ଭାବରେ ଉନ୍ନତି କରିବ ବୋଲି ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଠାରେ କୁଲୁତା ସମାଜର ଆଂଚଳିକ କେନ୍ଦ୍ରର କମ୍ୟୁନିଟି ଗୃହ ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ଭାଷଣରେ କହିଛନ୍ତି। 

ଯଦି ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ଆମେ କରିବାକୁ ଚାହୁଁଛୁ ତେବେ ଆମ ଭିତରେ ଏକତାଭାବ ସୃଷ୍ଟି କରିବାକୁ ପଡ଼ିବ। ଅଲଗା ଜାତି ସମାଜ ଯେପରି ନିଜର ସମାଜର ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁଛନ୍ତି ସେପରି ଲଢେଇ କରିବାକୁ ହେବ। ସେଥି ପାଇଁ କଂଗ୍ରେସ ଦଳ ଦାବି କରୁଥିବା ଜାତି ଜନଗଣନା ଦାବିକୁ ଆହୁରି ପ୍ରଖର କରିବାକୁ ହେବ।

ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ବେଲାରସିଂ ଭୋଇ, ଉପରଝର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଲ, ସଂପାଦକ ସୂର୍ଯ୍ୟମଣି ବୁଦ୍ଧିଆ ଏବଂ ଭୂମିଦାତା ରାଜେନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ। ଉଦ୍‌ଘାଟନ ପରବର୍ତ୍ତି ସଭାରେ ନରସିଂହ କହିଥିଲେ କୁଲୁତା ସମାଜ ତରଫରୁ ଯେତେବେଳେ ଯାହା ଅନୁରୋଧ କରାଯାଇଛି ସେ ସବୁକୁ ସେ ଆନ୍ତରିକତା ସହ ପୁରଣ କରିଛନ୍ତି। ଯଦି ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ଆମେ କରିବାକୁ ଚାହୁଁଛୁ ତେବେ ଆମ ଭିତରେ ଏକତାଭାବ ସୃଷ୍ଟି କରିବାକୁ ପଡ଼ିବ। ଅଲଗା ଜାତି ସମାଜ ଯେପରି ନିଜର ସମାଜର ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁଛନ୍ତି ସେପରି ଲଢେଇ କରିବାକୁ ହେବ। ସେଥି ପାଇଁ କଂଗ୍ରେସ ଦଳ ଦାବି କରୁଥିବା ଜାତି ଜନଗଣନା ଦାବିକୁ ଆହୁରି ପ୍ରଖର କରିବାକୁ ହେବ। ସେଥିରେ ସଫଳ ହେଲେ ହିଁ ଆମେ ଜାଣିପାରିବା ଯେ ଆମ ସଂଖ୍ୟା କେତେ। ଅଲଗା ଜାତି ସମାଜ ପାଉଥିବା ଆରକ୍ଷଣ ତାହା ଶିକ୍ଷା କ୍ଷେତ୍ରରେ ହେଉ କି ନିଯୁକ୍ତି କ୍ଷେତ୍ରରେ ସେ ସବୁ ପାଇବାକୁ ଆମେ ମଧ୍ୟ ଲଢେଇ କରିବାକୁ ହେବ।

ଉପରଝର ଅଂଚଳର ଶିକ୍ଷାର ଉନ୍ନତି ପାଇଁ ଏକ ମହିଳା ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା କରାଯାଇଥିଲା, ଏଥି ପାଇଁ ସେ ନିଜେ ୪୫ଲକ୍ଷ ଟଙ୍କାର ଅନୁଦାନ ବନ୍ଦୋବସ୍ତ କରି କରିଥିଲେ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କେବଳ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଆଉ ୨୦ଲକ୍ଷ ଟଙ୍କା ବାକିଥିବା ଅନୁଦାନ ପୁଣି ଅଣାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ ଏବଂ ଆଗାମୀ ଦିନରେ ଏହି କଲେଜକୁ ଯୁକ୍ତ ତିନି ଡିଗ୍ରୀ କଲେଜ ନିଶ୍ଚିତ ରୂପାନ୍ତରିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।  

କାର୍ଯ୍ୟକ୍ରମରେ ନବଘନ ଭୋଇ, ଶିବ ବିଶ୍ୱାଲ, ଟଙ୍କଧର ପ୍ରଧାନ, ସଂଜୟ ଗଡତ୍ୟା, ପ୍ରେମାନନ୍ଦ ସାହୁ, ରାଜେନ୍ଦ୍ର ବିଶ୍ୱାଲ, ସଦାଶିବ ବିଶ୍ୱାଲ, ଅନୁସୟା ବିଶ୍ୱାଲ, ଧର୍ମୁ ପ୍ରଧାନ, ରାଧାକାନ୍ତ ପ୍ରଧାନ, ଗୌରୀ ଶଙ୍କର ବାରିକ, ତର୍କ ଚନ୍ଦ୍ର ଭୋଇ, ବରକାନି ଗଉଁନ୍ତିଆ ଶିବ ଶଙ୍କର ମାଝି ଶିବ ମାଝି, କିଶୋର ସିଂ ନିନା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe