ଅଶ୍ଳୀଳ ଫଟୋ-ଭିଡିଓ ଭାଇରାଲ ଧମକ ଦେଇ ଚାହୁଁଥିଲା ଟଙ୍କା-ଶାରୀରିକ ସମ୍ପର୍କ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଭାଇରଲ କରିବାର ଧମକ ଦେଇ ସମ୍ପର୍କୀୟ ଦିଅର ଟଙ୍କା ଦାବି କରୁଥିଲା ଓ ଶାରୀରିକ ସମ୍ପର୍କ ଚାହୁଁଥିଲା।

black mail

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଭାଇରଲ କରିବାର ଧମକ ଦେଇ ସମ୍ପର୍କୀୟ ଦିଅର ଟଙ୍କା ଦାବି କରୁଥିଲା ଓ ଶାରୀରିକ ସମ୍ପର୍କ ଚାହୁଁଥିଲା। ମହିଳା ଜଣକ ଏଥିରେ ରାଜି ନହେବାରୁ ସୋସିଆଲ ମିଡ଼ିଆରେ ଫୋଟ ଓ ଭିଡିଓ ଭାଇରଲ କରି ଦିଅର ଗିରଫ ହୋଇଛିl ମହିଳାଙ୍କ ଅଭିଯୋଗ ପରେ ତଦନ୍ତ ପୂର୍ବକ ପୁଲିସ ବାଲେଶ୍ବର ଜିଲ୍ଲା ଖୁଣ୍ଟା ଥାନା ଅଧୀନ ହିଞ୍ଜଳ ଗାଡ଼ିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଭୋଳାଶଙ୍କର ସୋରେନ୍‌। ତାକୁ କୋର୍ଟ ଚାଲାଣ କରାଯାଇଛି। 


ଭୋଳାଶଙ୍କର ଅଧିକାଂଶ ସମୟ ନିଜର ମାମୁ ଘରକୁ ଯିବା ଆସିବା କରୁଥିଲା। ଏହାରି ମଧ୍ୟରେ ସେ ମହିଳାଙ୍କ  ମୋବାଇଲ ନମ୍ବର ନେଇ ସୋସିଆଲ ମିଡିଆରେ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲାl ହେଲେ କିଛିଦିନ ପରେ ସୋସିଆଲ ମିଡ଼ିଆ ଏକାଉଣ୍ଟରୁ ତାଙ୍କର କିଛି ଫୋଟ ଓ ଭିଡିଓ ସଂଗ୍ରହ କରିଥିଲା। ପରେ ଉକ୍ତ ଫୋଟ ଓ ଭିଡିଓକୁ ଏଡିଟ କରି ଅଶ୍ଳୀଳ ଫୋଟ ଓ ଭିଡିଓ ତିଆରି କରିଥିଲା। ସେସବୁକୁ ଭାଇରଲ କରିବାର ଧମକ ଦେଇ ଟଙ୍କା ଦାବି କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲାl

ତେବେ ମହିଳା ଜଣକ ରାଜି ନହେବାରୁ ସେ ନିଜ ଇନଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ସେ ସବୁକୁ ଭାଇରଲ କରିଥିଲାl ପୁଣି ଉକ୍ତ ଭାଇରଲ ଫୋଟ ଓ ଭିଡିଓ ଭଉଣୀ ଓ ମା’ଙ୍କର ମୋବାଇଲକୁ ପଠାଇ ମହିଳାଙ୍କୁ ଜଣେ କଲଗାର୍ଲ ଭାବେ ଦର୍ଶାଇଥିଲା। ତାଙ୍କ ମାଆ ଓ ଭଉଣୀଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଫୋନ କଲ ମଧ୍ୟ ଆସୁଥିଲା। ଫଳରେ ମା’ ଓ ଭଉଣୀ ମଧ୍ୟ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲେl

ଏନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିଲାl ଥାନା ଅଧିକାରୀ ବାରିଣୀ ଦାସ ଏକ ମାମଲା ରୁଜୁ ପୂର୍ବକ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭୋଳାଶଙ୍କରକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି l

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe