‘ପଖାଳ ସହିତ ଓଡ଼ିଆଙ୍କର ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି’

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍ତି, ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍ତି, ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ କରିଛି।

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ କରିଛି। 

ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଏଥି ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ଖାଇବାର ପର୍ବ ହୋଇଥିବାରୁ ଓଡ଼ିଆ ଲୋକେ ନିଜର ଆର୍ଥିକ ସ୍ଥିତିକୁ ଦେଖି ନିଜନିଜ ଶୈଳୀରେ ବ୍ୟଞ୍ଜନ ପ୍ରସ୍ତୁତ କରି ଆଜିର ମଧ୍ୟାହ୍‌ଣ ଭୋଜନ କରିଛନ୍ତି। ପଖାଳ ଦିବସରେ ସମାଜର ବିଭିନ୍ନ ବର୍ଗର ଲେକେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗିଥାଏ। ପ୍ରକୃତରେ ଆମ ଓଡ଼ିଆ ପ୍ରାଣ ଏଇ ପଖାଳକୁ ନେଇ ଯୁଗଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହେଇଯାଇଛି। ମନ ନିର୍ମଳ ଓ ହୃଦୟ ଗଙ୍ଗାର ଆବେଗ ନେଇ ଆଗେଇ ଚାଲିଥିବା ଆମ ଓଡ଼ିଆ ଜାତି ପଖାଳକୁ ନେଇ ଗର୍ବିତ ହେବା ସହ ଓଡ଼ିଆତ୍ୱର ପରାକାଷ୍ଠା ଆଗକୁ ପ୍ରତିପାଦନ କରିପାରିବ, ଏ ବିଶ୍ୱାସ ଅଛି ଓ ରହିବ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀ ପଖାଳ ଖାଇଥିଲେ। 

Odia culture | CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe