ଧର୍ମ ପରିବର୍ତ୍ତନ କରାଇବାକୁ ଆସି ଲୋକଙ୍କ ଆକ୍ରୋଶର ଶିକାର ହେଲେ

Advertisment

ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ଭଳି ସଙ୍ଗିନ ଅଭିଯୋଗ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଅଧୀନ ମେର୍ଦା ନୂଆଗାଁ ଗ୍ରାମରେ ପସି ଆଦିବାସୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥି

ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ଭଳି ସଙ୍ଗିନ ଅଭିଯୋଗ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଅଧୀନ ମେର୍ଦା ନୂଆଗାଁ ଗ୍ରାମରେ ପସି ଆଦିବାସୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥି

Baisinga of Mayurbhanj

Baisinga of Mayurbhanj Photograph: (sambad.in)

ବୈଶିଙ୍ଗା: ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ଭଳି ସଙ୍ଗିନ ଅଭିଯୋଗ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଅଧୀନ ମେର୍ଦା ନୂଆଗାଁ ଗ୍ରାମରେ ପସି ଆଦିବାସୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ବେଳେ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଶତାଧିକ ଗ୍ରାମବାସୀ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତା ପହଞ୍ଚି ସେମାନଙ୍କୁ ଅଟକ ରଖିଥିଲେl ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୪ଜଣ ଧର୍ମ ପରିବର୍ତ୍ତନକାରୀ ପୁରୁଷ ମହିଳାଙ୍କୁ ଥାନାରେ ଜିମା ଦେଲେ ଗ୍ରାମବାସୀ l 

ବାଲେଶ୍ଵର ଜିଲ୍ଲା ବିଭିନ୍ନ ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠାନରୁ ୧୪ ଜଣ ପୁରୁଷ ଓ ମହିଳା ତାଙ୍କ ଛୁଆପିଲାଙ୍କ ସମେତ ଆସି ଶୁକ୍ରବାର ମେର୍ଦାନୂଆଗାଁ ଅଞ୍ଚଳର ଆଦିବାସୀ ସାହିରେ ପହଞ୍ଚି ସେଠାରେ ଧର୍ମସେବା କରିବା ସହିତ ଲୋକଙ୍କୁ ବୁଝାଉଥିଲେ ଏବଂ ତାଙ୍କର ଧର୍ମ ଗ୍ରହଣ କଲେ ସେମାନଙ୍କୁ କୌଣସି ରୋଗ ହେବନି ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ମିଳିବା ନେଇ ମଧ୍ୟ ପ୍ରଲୋଭନ ଦେଖାଉଥିଲେl 

ଖବର ପାଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବିରୋଧ କରିବା ସହ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟଙ୍କୁ ଖବର ଦେଇଥିଲେ। ବିଶ୍ଵ ହିନ୍ଦୁ ପରିଷଦର ସଦସ୍ୟମାନେ ପହଞ୍ଚିବା ପରେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ସମସ୍ତେ ମିଶି ଧର୍ମାନ୍ତରୀକରଣ ପାଇଁ ଅଞ୍ଚଳବାସୀଙ୍କୁ ପବର୍ତ୍ତାଉଥିବା ନେଇ ଉତ୍ତେଜନା ପ୍ରବଳ ବୃଦ୍ଧି ପାଇଥିଲାl ସେମାନଙ୍କୁ ଅଟକ ରଖି ତାଙ୍କ ଦ୍ୱାରା ବ୍ୟବହୃତ ଧର୍ମ ସମ୍ବନ୍ଧୀୟ ବିଭିନ୍ନ ଦସ୍ତାବେଜ ଓ ୫ଟି ବାଇକକୁ ଅଟକ ରଖିବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl 

ଖବର ପାଇ ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ଓ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଅଟକ ଥିବା ସମସ୍ତଙ୍କୁ ବୈଶିଙ୍ଗା ଥାନାକୁ ନେଇ ଆସିଥିଲେl ତେବେ ଉକ୍ତ ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ କରି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦେଶରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ବୈଶିଙ୍ଗା ଥାନାରେ ପହଞ୍ଚି ଏସଆଇ ଦେବାଶିଷ ମଣ୍ଡଳଙ୍କ ସହିତ ଉଭୟ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe