Advertisment

ବର୍ଷ ସାରା ପାହାଡ଼ି ପାଣି ହିଁ ଦୁର୍ଗମ ଗ୍ରାମବାସୀଙ୍କୁ ଭରସା

Advertisment

ଜିଲ୍ଲାର ଦୁର୍ଗମ ଅଂଚଳରେ ରହୁଥିବା ଗ୍ରାମବାସୀଙ୍କ ଜୀବନ ଜୀବିକା କିପରି ଚାଲେ ତାହା ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ।ଦୁର୍ଗମ ପାହାଡ଼ ତଳର ଗ୍ରାମଗୁଡିକରେ ନା ପିଇବା ପାଇଁ ସ୍ବଚ୍ଛ ପାନୀୟ ଜଳ ମିଳୁଛି ନା ସ୍ବାସ୍ଥ୍ୟ ସେବା ଲୋକେ ପାଇପାରୁଛନ୍ତି। ଭଗବାନଙ୍କ ଭରସାରେ ଲୋକେ ଏଠାରେ ଜୀବନଯାପନ କରନ୍ତି।

ଜିଲ୍ଲାର ଦୁର୍ଗମ ଅଂଚଳରେ ରହୁଥିବା ଗ୍ରାମବାସୀଙ୍କ ଜୀବନ ଜୀବିକା କିପରି ଚାଲେ ତାହା ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ।ଦୁର୍ଗମ ପାହାଡ଼ ତଳର ଗ୍ରାମଗୁଡିକରେ ନା ପିଇବା ପାଇଁ ସ୍ବଚ୍ଛ ପାନୀୟ ଜଳ ମିଳୁଛି ନା ସ୍ବାସ୍ଥ୍ୟ ସେବା ଲୋକେ ପାଇପାରୁଛନ୍ତି। ଭଗବାନଙ୍କ ଭରସାରେ ଲୋକେ ଏଠାରେ ଜୀବନଯାପନ କରନ୍ତି।

malkangiri

ମାଲକାନଗିରି: ଜିଲ୍ଲାର ଦୁର୍ଗମ ଅଂଚଳରେ ରହୁଥିବା ଗ୍ରାମବାସୀଙ୍କ ଜୀବନ ଜୀବିକା କିପରି ଚାଲେ ତାହା ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ।ଦୁର୍ଗମ ପାହାଡ଼ ତଳର ଗ୍ରାମଗୁଡିକରେ ନା ପିଇବା ପାଇଁ ସ୍ବଚ୍ଛ ପାନୀୟ ଜଳ ମିଳୁଛି ନା ସ୍ବାସ୍ଥ୍ୟ ସେବା ଲୋକେ ପାଇପାରୁଛନ୍ତି।ଭଗବାନଙ୍କ ଭରସାରେ ଲୋକେ ଏଠାରେ ଜୀବନଯାପନ କରନ୍ତି। ଏମିତି ଏକ ଗ୍ରାମ ଚିତ୍ରକୋଣ୍ଡା ବ୍ଲକର କୁରମାନୁର ପଞ୍ଚାୟତର ଚିଲକାମାମୁଡି ଗ୍ରାମ। ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରନ୍ତି। ଏମାନଙ୍କ ପାଇଁ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ପ୍ରାୟ ୩୦୦ ଲୋକଙ୍କ ପାଇଁ ନା ରହିଛି ନଳକୂପ ନା କୌଣସି ଜଳର ଉତ୍ସ। ଲୋକେ ପାହାଡି ପାଣିକୁ ଏକ ଟ୍ୟାଙ୍କରେ ଜମି କରି ତାକୁ ବର୍ଷ ତମାମ ବ୍ୟବହାର କରୁଥିବା କହିଛନ୍ତି। ଗାଁକୁ ଆଜି ବି ପକ୍କା ରାସ୍ତା ନାହିଁ। ଦିନେ ଏଠାରେ ନକ୍ସଲଙ୍କର ଗଡ ଥିଲା। ଲୋକେ ନକ୍ସଲଙ୍କ ନିୟମ କାନୁନ ମାନି ଚଳିବାକୁ ବାଧ୍ୟ ହେଉଥିଲେ।

ଚିଲକାମାମୁଡି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରନ୍ତି। ଏମାନଙ୍କ ପାଇଁ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ପ୍ରାୟ ୩୦୦ ଲୋକଙ୍କ ପାଇଁ ନା ରହିଛି ନଳକୂପ ନା କୌଣସି ଜଳର ଉତ୍ସ। ଲୋକେ ପାହାଡି ପାଣିକୁ ଏକ ଟ୍ୟାଙ୍କରେ ଜମି କରି ତାକୁ ବର୍ଷ ତମାମ ବ୍ୟବହାର କରୁଥିବା କହିଛନ୍ତି।

ଫଳରେ ବିକାଶ ଏକ ପ୍ରକାର ଏଠାରେ ପହଞ୍ଚିପାରିନଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଏହି ଗ୍ରାମବାସୀ ଅଶିକ୍ଷିତ ହୋଇ ରହିଛନ୍ତି।ନିଜର ସ୍ବଳ୍ପ ଜମିରେ ଚାଷ କରିବା ସହ ଜଂଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି। ପାହାଡି ପାଣିକୁ ଲୋକେ ପିଇବା ସହ ନିଜର ସମସ୍ତ ଦୈନିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି।

ଏହି ଖବର ପଢ଼ନ୍ତୁ: କାଲିମେଳାରେ ଲଗାଣ ବର୍ଷା

ତେବେ ଗ୍ରୀଷ୍ଣ ଋତୁ ହେଲେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି। ଏହି ପାହାଡି ପାଣିକୁ ପିଇବା ଦ୍ବାରା ଲୋକେ ନାନା ସଂକ୍ରାମକ ରୋଗରେ ମଧ୍ୟ ପଡୁଥିବା କହିଛନ୍ତି। ରୋଗ ହେଲେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କେହି ନଥିବା ବେଳେ ଲୋକେ ଗୁଣିଆ ଓ ଡିସାରୀ ଉପରେ ନିର୍ଭର କରୁଥିବା କହିଛନ୍ତି। ଗାଁଟି ପାହାଡ ତଳେ ହୋଇଥିବା ବେଳେ ସରକାରୀ ବାବୁଙ୍କ ପାଦ କେବେ ଗାଁରେ ପଡ଼ି ନାହିଁ।ଲୋକେ ବାରମ୍ବାର ଗାଁକୁ ରାସ୍ତା ଓ ପାନୀୟ ଜଳର ସୁବିଧା ଯୋଗାଇବା ନେଇ ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି।ଏହି ଦୁର୍ଗମ ତଥା ନକ୍ସଲ ପ୍ରବଣ ଗ୍ରାମକୁ ପ୍ରଶାସନ ଓ ସରକାରଙ୍କର ଦୃଷ୍ଟି ପଡୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe