ଖସାପଡ଼ାଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶାନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (୯ ତାରିଖ ଠାରୁ ହୋଲି ଉତ୍ସବ ( ୧୫ ତାରିଖ) ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ  ତଥା ମରାମତି କାର୍ଯ୍ୟ ବନ୍ଦ ରହିଥିଲା। 

ସୂଚନାଯୋଗ୍ୟ, କିଛି ଦିନ ତଳେ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତିର ଆଜି ସମୀକ୍ଷା କରାଯାଇଥିଲା। ଶ୍ରୀମନ୍ଦିରରେ ନୀତି ବହୁଳ କାରଣରୁ ଏଏସ୍ଆଇ ମରାମତି ପାଇଁ ଅଧିକ ସମୟ ମାଗିଥିଲେ। ଏଣୁ ତିନିମାସ ବଦଳରେ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ତିନିମାସରେ ଏଏସ୍ଆଇ କାମ ସାରିବ ବୋଲି କହିଥିଲା। କିନ୍ତୁ ନୀତିକାନ୍ତି କାରଣରୁ ମରାମତି ପାଇଁ ସମୟ ଅଭାବ ଦେଖାଦେଉଛି। ଏଣୁ ଅତିରିକ୍ତ ୪୫ରୁ ୬୦ ଦିନ ସମୟ ଲାଗିପାରେ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କରର ସ୍ବାଇଁ କହିଥିଲେ।

puri jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe