କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ଘଟଣା: ମରାମତି କାମ ସରିବା ପରେ ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ

ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି  ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ଟ୍ରାକ୍ ମରାମତି କାମ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ଆଜି ସକାଳ ୭ଟା ୧୫ ବେଳକୁ ଶେଷ ହୋଇଥିଲା। ଏହାପରେ ଏହି ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି।

saasxxz

ଟାଙ୍ଗୀ: ଗତକାଲି ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି  ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ଟ୍ରାକ୍ ମରାମତି କାମ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ଆଜି ସକାଳ ୭ଟା ୧୫ ବେଳକୁ ଶେଷ ହୋଇଥିଲା। ଏହାପରେ ଏହି ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି। ରେଲବାଇ ସେଫ୍ଟି କମିସନର୍ ଘଟଣାର ସରଜମିନ ତଦନ୍ତ କରିଥିଲେ। 

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ଣ ୧୧ଟା ୫୦ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। 

ଗତକାଲି ପୂର୍ବାହ୍ଣ ୧୧ଟା ୫୦ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। 

ଦୁର୍ଘଟଣାଗ୍ରସ୍ତ ବଗିରେ ଥିବା ଯାତ୍ରୀଙ୍କ କହିବାନୁଯାୟୀ, କଟକ ବିରୂପା ସେତୁ ଅତିକ୍ରମ କରିବା ପରେ ବିକଟାଳ ଶବ୍ଦ କରି ଟ୍ରେନ୍ଟି ଗୋଟିଏ ପାଖକୁ ଢଳି ପଡ଼ିଥିଲା। ଯାତ୍ରୀମାନେ ପରସ୍ପର ଉପରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। କିଛି ଯାତ୍ରୀ ଶୋଇଥିବା ଅବସ୍ଥାରେ ତଳକୁ ଖସି ଆହତ ହୋଇଥିଲେ। ତେବେ ବଗିର ଦୁଆରମୁହଁରେ ଠିଆ ହୋଇଥିବା ଯୁବକ ଜଣକ ବାହାରକୁ ଖସିପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ଘଟିଥିଲା। ଟ୍ରେନ୍ଟି ଲାଇନ୍ଚ୍ୟୁତ ହେବା ପରେ କିଛି ଯାତ୍ରୀ ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଥିଲେ। ଦୁର୍ଘଟଣା ପରେ ଡାଉନ୍ଲାଇନ୍ରେ ଯିବାକୁ ଥିବା ସମସ୍ତ ଟ୍ରେନ୍ର ଗତିପଥକୁ ପରିବର୍ତ୍ତନ କରାଯାଇଥିଲା। ଅଫ୍ଲାଇନ୍ରେ ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଫ୍ଲାଇନରେ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଆନନ୍ଦବିହାର ଟର୍ମିନାଲ୍ ଟ୍ରେନ୍ ମଙ୍ଗୁଳି ଷ୍ଟେସନ୍ ନିକଟରେ ଅଟକି ରହିଥିଲା। ଦୁର୍ଘଟଣାସ୍ଥଳରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe