‘ଜୁନ ୨୮ରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣି ଆରମ୍ଭ ହେବ‘

ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍‌ ଆସନ୍ତା ୨୮ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି।

Ratnabhandar repairing

Ratnabhandar repairing Photograph: (sambad.in)

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍‌ ଆସନ୍ତା ୨୮ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି।

ମରାମତି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ। ଏହି ମରାମତି କାର୍ଯ୍ୟ ଶ୍ରୀମନ୍ଦିରର ପବିତ୍ରତା ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

-ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଉନ୍ନୟନ ପ୍ରଶାସକଙ୍କ ଉପସ୍ଥିତରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାରର ମରାମତି ନେଇ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତି କରାଯିବ। ଏହି ଆଧାରରେ ଆସନ୍ତା ୨୮ ତାରିଖ ଠାରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ। ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଯାଇଛି। କେବଳ ଚଟାଣ କାମ ବାକି ଅଛି।

ପୂର୍ବରୁ ନିଷ୍ପତ୍ତି ଅନୁଯାୟୀ ଅପ୍ରେଲ ୨୯ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ଚନ୍ଦନଯାତ୍ରା ନୀତି କାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଛି। ଗତ ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ଚାରିମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ କାର୍ଯ୍ୟ ହୋଇଥିଲା କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ହୋଇପାରିଲା ନାହିଁ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କେବଳ ଚଟାଣ କାର୍ଯ୍ୟ ବାକି ରହିଛି। ଭିତର ରତ୍ନଭଣ୍ଡାରରେ ୯ଟିଷ୍ଟେନଲେସ ବିମ ଲାଗିସାରିଛି। ବାହାର ରତ୍ନଭଣ୍ଡାରର ପାଞ୍ଚଟି ଷ୍ଟେନଲେସ ବିମ୍ ଲାଗିବ। ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ। ମୋଟ ୨୭୭ ପଥର ସମୁଦାୟ ପରିବର୍ତ୍ତନ କରାଯାଇ ଲଗାଯାଇଛି। ୧୪୮ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି।  

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe