ବାର୍‌ହା ଫାସରୁ ଉଦ୍ଧାର କଲପତରିଆ ଗଲା ନନ୍ଦନକାନନ

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଆଜି ସକାଳୁ ବାର୍‌ହା ଫାସରେ ଫସିଥିବା କଲରାପତରିଆକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏହି ବାଘକୁ ଏକ ସ୍ବତନ୍ତ୍ର ବାହନରେ ନନ୍ଦନକାନନ ପଠାଯାଇଛି।

ଅଦ୍ୟତନ ହୋଇଛି
b4808230-cc97-49ae-8480-9d170f61cb25

କଙ୍କଡ଼ାହାଡ଼: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଏକ କଲରାପତରିଆ ବାଘ ଆଜି ଭୋର୍‌ ସକାଳୁ ବାର୍‌ହା ଫାସରେ ପଡ଼ିଛି। ଖବର ପାଇଲା ପରେ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଉଦ୍ଧାର କାମରେ ଲାଗିଥିଲେ। ବାଘକୁ ଉଦ୍ଧାର କରିବା ପାଇଁ ଭୁବନେଶ୍ୱର, କେନ୍ଦୁଝର, ଢେଙ୍କାନାଳ ଓ କପିଳାସ ସ୍ଥିତ ରେସକ୍ୟୁ ସେଣ୍ଟରରୁ ପ୍ରାୟ ତିନୋଟି ଟିମ ସହ ୧୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ସାମିଲ ଥିଲେ। ସକାଳ ୯ ପରେ ଖବର ପାଇ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ବାଘଟିକୁ ଟ୍ରଙ୍କୁଲାଇଜ କରିବା ପାଇଁ ଲାଗି ପଡି ଅପରାହ୍ନ ୪.୩୦ ବେଳେ ଉଦ୍ଧାର କରିଥିଲେ। ବାଘକୁ ଉଦ୍ଧାର କରାଯିବା ପରେ ନନ୍ଦନକାନନକୁ ପଠାଯାଇଛି। 

0227b980-9a37-43ac-a830-fc2236e600a2

ସୂଚନା ମୁତାବକ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାଘ ଠାବ ହୋଇଥିବା ଦେଖିବାକୁ ମିଳିଥିଲା। ବ୍ରାହ୍ମଣଧରା ଗାଁର ପୋଇନ ନାଏକ(୫୫) ଛେଳି ଚରାଇବା ପାଇଁ କେନ୍ଦୁମୁଣ୍ଡା ଗ୍ରାମ ଖେସେରା ଜଙ୍ଗଲକୁ ଯାଇଥିବା ବେଳେ କଲରାପତାରିଆ ଆକ୍ରମଣରେ ଗୁରୁତର ହୋଇଥିଲେ। ଗଡ଼ପଳାଶୁଣି ବଡ଼ ଖୁଣ୍ଟିଆ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ, ଅସନବାହାଳି କେନ୍ଦୁପସି ଜଙ୍ଗଲରେ ଦୁଇଟି ଗାଈକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା। ଘାଗରାମୁଣ୍ଡା ଗାଁରେ ଏକ ସିସିଟିଭିରେ ପର୍ଯ୍ୟୟ କ୍ରମେ ୨ ଥର ଗାଁ ଭିତରକୁ ବାଘ ଯାଉଥିବା ଦେଖିବାକୁ ମିଳିଥିଲା। ଖଇରମୁଣ୍ଡା ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା।

ଜଙ୍ଗଲରେ ବାଘ ଥିବା ଦେଖି ଲୋକମାନେ ଆତଙ୍କିତ ଥିଲେ। ଏହି ଅଂଚଳର ଲୋକମାନେ ଜୀବନ ଜୀବିକା ପାଇଁ ଜଂଗଲ ଉପରେ ନିର୍ଭରଶୀଳ ଥିବା ବେଳେ ବାଘ ଥିବା କାରଣରୁ ଜଙ୍ଗଲ ଭିତରକୁ ଲୋକମାନେ ପ୍ରବେଶ କରୁ ନଥିବା କାରଣରୁ ଜୀବନ ଜୀବିକା ଉପରେ ପ୍ରଭାବିତ ହେଉଥିଲେ। ଜଙ୍ଗଲ ଭିତରେ ବାରମ୍ବାର ବାଘ ଥିବା ଦେଖି ଲୋକମାନେ ଭୟଭିତ ଥିବାବେଳେ ବନ ବିଭାଗ ପକ୍ଷରୁ ଜଂଗଲ ନିକଟବର୍ତ୍ତୀ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଙ୍ଗଲ ଭିତରୁ ପ୍ରବେଶ ନକରିବା ପାଇଁ ସଚେତନତା କରାଯାଉଥିଲା।

ଆଜି ବାର୍‌ହା ଫାସରେ ପଡ଼ି ଥିବା କଲରାପତରିଆ ବାଘକୁ ଉଦ୍ଧାର କଲାପରେ ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯାଇଛି। ବାଘଟି ସାମାନ୍ୟ ଆଘାତ ହୋଇଛି।

-ସୁମିତ କୁମାର କର, ବନଖଣ୍ଡ ଅଧିକାରୀ, ଢେଙ୍କାନାଳ

ବାଘକୁ ନନ୍ଦନକାନନ ସ୍ଥାନାନ୍ତରିତ କରାଯାଇଥିବା ନେଇ ଶ୍ରୀ କର କହିଛନ୍ତି। ବାଘକୁ ଉଦ୍ଧଶର ପାଇଁ ଏସିଏଫୋଓ ସତ୍ୟ ନାରାୟଣ ସାହୁ, ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁଙ୍କ ସହିତ ବନ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe