ଦେଓମାଳି ପାଇଁ କଟକଣା ଜାରି: ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

Advertisment

ରାଜ୍ୟର ସର୍ବୋଚ୍ଚ ସ୍ଥାନ ‘ଦେଓମାଳି’ ରେ କଟକଣା ଲାଗୁ ହୋଇଛି। ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ କେରାପୁଟ ଜିଲ୍ଲା ପ୍ରଶାସନ ଦେଓମାଳିରେ କଟକଣା ଲାଗୁ କରିଛନ୍ତି।

ରାଜ୍ୟର ସର୍ବୋଚ୍ଚ ସ୍ଥାନ ‘ଦେଓମାଳି’ ରେ କଟକଣା ଲାଗୁ ହୋଇଛି। ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ କେରାପୁଟ ଜିଲ୍ଲା ପ୍ରଶାସନ ଦେଓମାଳିରେ କଟକଣା ଲାଗୁ କରିଛନ୍ତି।

Deomali

Deomali Photograph: (sambad.in)

କୋରାପୁଟ: ରାଜ୍ୟର ସର୍ବୋଚ୍ଚ ସ୍ଥାନ ‘ଦେଓମାଳି’ ରେ କଟକଣା ଲାଗୁ ହୋଇଛି। ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ କେରାପୁଟ ଜିଲ୍ଲା ପ୍ରଶାସନ ଦେଓମାଳିରେ କଟକଣା ଲାଗୁ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଆଧାରରେ ଏହା ଲାଗୁ କରିଛି। ରାଜ୍ୟର ସର୍ବୋଚ୍ଚ ଏବଂ ଜୈବିବିବିଧତା ତଥା ପର୍ଯ୍ୟଟକମାନଙ୍କର ଆକର୍ଷଣୀୟ କେନ୍ଦ୍ର ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାର ସୁରକ୍ଷା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ସହିତ କଟକଣା ଲାଗୁ କରିଛନ୍ତି। 

ଏନେଇ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ନିର୍ଦ୍ଦେଶାନାମାରେ କହିଛନ୍ତି, ଦେଓମାଳି ହିଲ୍‌ଟପ୍‌ ରାତି ୮ଟାରୁ ସକାଳ ୫ଟା ଯାଏଁ ପର୍ଯ୍ୟଟକମାନେ ରହିପାରିବେ ନାହିଁ। ରାଜ୍ୟ ସରକାର ତଥା ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ମାଧ୍ୟମରେ ବୁକିଂ କରିଥିବା ନିୟମ ଅନୁଯାୟୀ ଦେଓମାଳି ହିଲ୍‌ଟପ୍‌ ବୁଲିପାରିବେ। 

ଜିଲ୍ଲା ପ୍ରଶାସନ ଦ୍ବାରା ଅନୁମତି ବିନା କୌଣସି ବ୍ୟକ୍ତି ଦେଓମାଳି ହିଲ୍ଟପ୍ରେ ରାତିସାରା ବୁଲିପାରିବେ ନାହିଁ। ସେହିପରି ଦର୍ଶକମାନେ କୌଣସି ପ୍ଲାଷ୍ଟିକ୍ ସାଥୀରେ ନେଇ ଯାଇପାରିବେ ନାହିଁ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପର୍ଯ୍ୟଟକମାନେ ସେମାନଙ୍କର ଆବର୍ଜନାଗୁଡ଼ିକ ଏଣେତେଣ ନପକାଇ ଡଷ୍ଟବିନ୍ରେ ପକାଇବେ। 

deomali
deomali Photograph: (Sambad )

ଦେଓମାଳିର ସୁରକ୍ଷା ପାଇଁ ଟୁର ଅପରେଟର ଓ ଭେଣ୍ଡରମାନଙ୍କର ମଧ୍ୟ ଗୁରୁ ଦାୟିତ୍ବ ରହିଛି। ଦେଓମାଳିର ସ୍ବଚ୍ଛତା ପାଇଁ ସେମାନେ ଯତ୍ନବାନ ହେବେ। ଏତଦ୍ ବ୍ୟତୀତ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ହେବ। 

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe