ଭାରତୀୟ ସେନାରୁ ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟିରେ ଭବ୍ୟ ସ୍ବାଗତ

ଭାରତୀୟ ସେନାରେ ଚାକିରି ପରେ ଅବସର ଗ୍ରହଣ କରିଥିବା ଜଣେ ଯବାନଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଯବାନ ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନାୟକଗୁଡାର ବନ୍ଧୁ ବାକା।

jawan warm welcome

jawan warm welcome Photograph: (sambad.in)

ମାଲକାନଗିରି: ଭାରତୀୟ ସେନାରେ ଚାକିରି ପରେ ଅବସର ଗ୍ରହଣ କରିଥିବା ଜଣେ ଯବାନଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଯବାନ ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନାୟକଗୁଡାର ବନ୍ଧୁ ବାକା। ସେନାରୁ ଅବସର ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି ବନ୍ଧ। ଆଉ ଆନନ୍ଦ ଉଲ୍ଲାସରେ ଫାଟି ପଡ଼ିଛି ନାୟକଗୁଡା ଗାଁ। ୨୦୦୮ ମସିହାରେ ମାଲକାନଗିରିରେ  ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ହୋଇଥିଲା। ସେହି ସମୟରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ଥିଲା।

ନିଜ ଜୀବନର ୧୭ ବର୍ଷର ସେନା ଚାକିରି ସମାପ୍ତ କରି ଫେରିଛନ୍ତି ବନ୍ଧୁ ବାକା। ନିଜ ଚାକିରି ଜୀବନରେ ଜମ୍ମୁ କଶ୍ମୀର, ଫଂଜାବ, ମଣିପୁର, ବିହାରରେ ବିଭିନ୍ନ ସେନା ଅପରେସନରେ ସଫଳତାର ସହ ଯୋଗ ଦେଇ ଦେଶ ପାଇଁ ବନ୍ଧୁ ବାକାଙ୍କ ସେବା ପ୍ରଶଂସନୀୟ।

ସୁରକ୍ଷା ବାହୀନିରେ ଯୋଗ ନଦେବା ତଥା ସେମାନଙ୍କୁ ସାହାଯ୍ୟ ନକରିବା ପାଇଁ ଫତୁଆ ଜାରି କରିଥିଲେ ମାଓବାଦୀ। ଏହାକୁ ବିରୋଧ କଲେ ମିଳୁଥିଲା ମୃତ୍ୟୁ ଦଣ୍ଡ। ସେନାରେ ଚାକିରି କରୁଥିବା ଅନେକ ସ୍ଥାନୀୟ ଯବାନଙ୍କୁ ଛୁଟିରେ ଗାଁକୁ ଆସିଥିବା ବେଳେ ହତ୍ୟା ମଧ୍ୟ କରିଛନ୍ତି ମାଓବାଦୀ। ଏସବୁକୁ ଭୃକ୍ଷେପ ନକରି ନିଜ ଜୀବନର ୧୭ ବର୍ଷର ସେନା ଚାକିରି ସମାପ୍ତ କରି ଫେରିଛନ୍ତି ବନ୍ଧୁ ବାକା। ନିଜ ଚାକିରି ଜୀବନରେ ଜମ୍ମୁ କଶ୍ମୀର, ଫଂଜାବ, ମଣିପୁର, ବିହାରରେ ବିଭିନ୍ନ ସେନା ଅପରେସନରେ ସଫଳତାର ସହ ଯୋଗ ଦେଇ ଦେଶ ପାଇଁ ବନ୍ଧୁ ବାକାଙ୍କ ସେବା ପ୍ରଶଂସନୀୟ।

ସତର ବର୍ଷ ଲାନସ ନାୟକ ଭାବେ କାର୍ଯ୍ୟ କରିବା ପରେ ଏମଏସିପି ହାବିଲଦାର ଭାବେ ଅବସର ଗ୍ରହଣ କରିଛନ୍ତି। ଘରେ ସ୍ତ୍ରୀ ଉଷାବତୀ ଓ ଚାରି ବର୍ଷର ଝିଅ ବାପାଙ୍କୁ ପାଖରେ ପାଇବା ପରେ ସେମାନଙ୍କର ଖୁସି କହିଲେ ନସରେ। ଦେଶ ପାଇଁ କାମ କରି ଫେରିଥିବାରୁ ବାଦ୍ୟର ତାଳେ ତାଳେ ନାଚଗୀତରେ ଗ୍ରାମବାସୀଙ୍କ ଦ୍ବାରା ସ୍ବାଗତ କରାଯାଇଛି ବନ୍ଧୁଙ୍କୁ। ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଆଗାମୀ ଦିନରେ ଯୁବବର୍ଗ ଦେଶର ସେବା ପାଇଁ ଆଗକୁ ଆସିବାକୁ ଆହ୍ବାନ ଦେଇଛନ୍ତି ବନ୍ଧୁ ବାକା।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe