ଜନ୍ମମାଟିରେ ଯବାନଙ୍କୁ ଭବ୍ୟ ସ୍ୱାଗତ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ ସିଆରପିଏଫ ଯବାନ ବିକ୍ରମ ନାୟକଙ୍କୁ ସ୍ବାଗତ କରାଯାଇଛି। ଅବସର ନେଇ ନିଜ ଜନ୍ମମାଟିକୁ ଫେରିବା ପରେ ଗ୍ରାମବସୀ ସ୍ଵାଗତ ସମ୍ବର୍ଦ୍ଧନା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

1002322365

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ ସିଆରପିଏଫ ଯବାନ ବିକ୍ରମ ନାୟକଙ୍କୁ ସ୍ବାଗତ କରାଯାଇଛି। ଅବସର ନେଇ ନିଜ ଜନ୍ମମାଟିକୁ ଫେରିବା ପରେ ଗ୍ରାମବସୀ ସ୍ଵାଗତ ସମ୍ବର୍ଦ୍ଧନା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସ୍ଥାନୀୟ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ମିତ୍ରକା ନାୟକ, ଅଜିତ ନାୟକ, ଜିତେନ୍ଦ୍ର ନାୟକ, ଆମଶ ନାୟକ, ରାଜୁ ନାୟକ, ସମାଜସେବୀ ହୃଷୀକେଶ ପ୍ରଧାନଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ସୂଚନାନାଯାୟୀ ବିକ୍ରମ ନାୟକ ୧୯୮୫ ମସିହାରେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ତାଙ୍କର ଦେଶ ସେବା ଓ ଦେଶରେ ଶାନ୍ତି ବାତାବରଣ ସୃଷ୍ଟି କରିବା ନିମନ୍ତେ ନିଜକୁ ନିୟୋଜିତ କରିଥିବା ହେତୁ ଆଜି ଅଞ୍ଚଳ ତରଫରୁ ସ୍ଵାଗତ କରାଯାଇଛି। ରଟିଙ୍ଗିଆ ଗାସ୍ତିମାହା ଛକ ଠାରୁ ଇନ୍ଦ୍ରଗଡ଼ ଗ୍ରାମ ପର୍ଯ୍ୟନ୍ତ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ନେଇଥିଲେ। ଏଥିରେ ଜିପିଏଲଏଫର ସଦସ୍ୟା ନାମିନି ନାୟକ, ବ୍ଲେସି ପ୍ରଧାନ, ଅନୁପମା ପ୍ରଧାନ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe