ପୂର୍ତ୍ତ ବିଭାଗରେ ଅବସର ନେଇଥିବା କର୍ମଚାରୀ କାମ କରୁଥିବା ଅଭିଯୋଗ

Advertisment

ନିୟମକୁ ଉଲ୍ଲଂଘନ କରି ବର୍ଷେ କି ଦୁଇବର୍ଷ ନୁହେଁ ଚାରି ବର୍ଷ ହେଲାଣି ଅବସର ନେବା ପରେ ମଧ୍ୟ ଅଫିସରେ ବସି ସରକାରୀ ଫାଇଲରେ କର୍ମଚାରୀ କାମ କରୁଥିବା ଅଭିଯୋଗ ହୋଇଅଛି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳରୁ ଏହି ଖବର ଆସିଛି।

ନିୟମକୁ ଉଲ୍ଲଂଘନ କରି ବର୍ଷେ କି ଦୁଇବର୍ଷ ନୁହେଁ ଚାରି ବର୍ଷ ହେଲାଣି ଅବସର ନେବା ପରେ ମଧ୍ୟ ଅଫିସରେ ବସି ସରକାରୀ ଫାଇଲରେ କର୍ମଚାରୀ କାମ କରୁଥିବା ଅଭିଯୋଗ ହୋଇଅଛି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳରୁ ଏହି ଖବର ଆସିଛି।

Rairangpur

Rairangpur Photograph: (Sambad )

ରାଇରଙ୍ଗପୁର/ତିରିଂ: ନିୟମକୁ ଉଲ୍ଲଂଘନ କରି ବର୍ଷେ କି ଦୁଇବର୍ଷ ନୁହେଁ ଚାରି ବର୍ଷ ହେଲାଣି ଅବସର ନେବା ପରେ ମଧ୍ୟ ଅଫିସରେ ବସି ସରକାରୀ ଫାଇଲରେ କର୍ମଚାରୀ କାମ କରୁଥିବା ଅଭିଯୋଗ ହୋଇଅଛି। ରାଇରଙ୍ଗପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ପୂର୍ତ୍ତ ବିଭାଗ)ର ରହିଥିବା କିରାଣୀ ଲକ୍ଷ୍ମଣ ପାଢ଼ୀ, ନରେଶ ଚନ୍ଦ୍ର ଗିରି, ଏବଂ ଧୁବା ସ୍ୱାଇଁ ଇତି ମଧ୍ୟରେ ଅବସର ହେବାର ଚାରି ବର୍ଷ ବିତିଗଲାଣି ହେଲେ ମଧ୍ୟ ଅଫିସରେ ବସି କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଚାରି ବର୍ଷ ଧରି ନୂଆ କର୍ମଚାରୀଙ୍କ ପୋଷ୍ଟିଂ ହେଉ ନ ଥିବା ବେଳେ ଏମାନେ କିଭଳି ଏହି ଅଫିସରେ ନିୟମିତ କାର୍ଯ୍ୟ କରୁଛନ୍ତି ଏବଂ କାହା ଛତ୍ରଛାୟାରେ ଏମାନଙ୍କୁ ଏତେ ସ୍ଵାଧୀନ ଦିଆଯାଇଛି ତାହା ନେଇ ରାଇରଙ୍ଗପୁର ଓ କରଞ୍ଜିଆରେ ଏବେ ଚର୍ଚ୍ଚା ଜୋର ଧରିଛି।

ଲକ୍ଷ୍ମଣ ପାଢ଼ୀ ରାଇରଙ୍ଗପୁର କାର୍ଯ୍ୟାଳୟରୁ ୩୦/ ୪/୨୦୨୪ ତାରିଖରେ ଅବସର ନେଇଛନ୍ତି। ସେହିପରି ନରେଶ ଚନ୍ଦ୍ର ଗିରି ୩୧/ ୩/୨୦୨୪ରେ ଅବସର ନେଇଛନ୍ତି ଏବଂ ତାଙ୍କ ସହ ଧୁବା ସ୍ୱାଇଁ ମଧ୍ୟ ୩୦/୬/୨୦୨୧ ତାରିଖରେ ଚାକିରିରୁ ଅବସର ହୋଇଛନ୍ତି।

ସରକାରୀ ନିୟମ ଅନୁଯାୟୀ ସରକାରଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅବସର ପରେ ସେହି ସବୁ ସ୍ଥାନରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଏ। ହେଲେ କିନ୍ତୁ ରାଇରଙ୍ଗପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ସରକାରୀ ନିୟମର ଊର୍ଦ୍ଧ୍ବରେ ରହି ତିନି ଅବସରପ୍ରାପ୍ତ କର୍ମଚାରୀଙ୍କ ଛଟେଇ ନ କରି ପୁଣି ସେହି ସ୍ଥାନରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଛି। 

ଗୃହ ନିର୍ମାଣ ବିଭାଗରେ ଗତ ମାର୍ଚ୍ଚ ମାସରେ ଠିକାଦାରଙ୍କ କୋଟିକୋଟି ଟଙ୍କାର ବିଲ ପାସ ହେଇଥିବା ବେଳେ ଏହି ବେସରକାରୀ କର୍ମଚାରୀମାନେ ନିଜ ପ୍ରଭାବ ଦେଖାଇ ଠିକା ସଂସ୍ଥା ଗୁଡ଼ିକଠାରୁ ମୋଟା ଅଙ୍କରେ ହାତଗୁଂଜା ନେଉଥିବା ନେଇ ଚର୍ଚ୍ଚା ହେଉଛି। କାର୍ଯ୍ୟାଳୟର କେଉଁ ଅର୍ଥରୁ ଏହି ତିନି ଅବସରପ୍ରାପ୍ତ କିରାଣୀଙ୍କ ଦରମା ଦିଆ ଯାଉଛି ଏବଂ କେଉଁ ଆଇନ ଆଧାରରେ ଏତେ ବର୍ଷ ଧରି କାର୍ଯ୍ୟଳୟରେ ବସି କାମ କରୁଛନ୍ତି ତାହା ନେଇ ରାଇରଙ୍ଗପୁର ଓ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା ହେଉଅଛି।

ଘଟଣା ସମ୍ପର୍କରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଏସଡିଓ ଶ୍ୟାମସୁନ୍ଦର ହେମ୍ବ୍ରମ୍‌ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ କାର୍ଯ୍ୟଳୟରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଅବସର ନେଇଥିବା କିରାଣୀମାନଙ୍କୁ ଠାରୁ କାମ ନିଆଯାଉଛି। ଏହା ବ୍ୟତୀତ କର୍ମଚାରୀ ପଦବି ପୂରଣ ପାଇଁ ଉପରସ୍ଥ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ଏବଂ ଶୀଘ୍ର କର୍ମଚାରୀ ଅଭାବ ସମସ୍ୟା ଦୂର ହେବ ବୋଲି ଶ୍ରୀ ହେମ୍ବ୍ରମ ନିଜ ମତ ରଖିଛନ୍ତି।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe