Bhisma Pradhan, Revenue Inspector Photograph: (sambad.in)
ସମ୍ବଲପୁର: ଜିଲ୍ଲାର ଜମନକିରା ବ୍ଲକ୍ ଗୌଡ଼ପାଲି ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନ ଜଣେ ଭୂମିହୀନ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ଗୌଡ଼ପାଲି ଅଂଚଳର ଜଣେ ଭୂମିହୀନ ବ୍ୟକ୍ତି ସରକାରୀ ଲିଜ୍ ପାଇଁ ଆବେଦନ କରିଥିଲେ।
ଗତ ନଭେମ୍ବର ୨୦୨୪ରୁ ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନଙ୍କୁ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ନିବେଦନ କରିଆସୁଥିଲେ। ମାତ୍ର, ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନ ଏଥିପାଇଁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରି ଆସୁଥିଲେ। ଟଙ୍କା ନଦେଲେ ଜମି ପଟ୍ଟା କରାଇଦେବେ ନାହିଁ ବୋଲି କହିବାରୁ ଅଭିଯୋଗକାରୀ ବ୍ୟକ୍ତି ଜଣକ ସମ୍ବଲପୁର ଭିଜିଲାନସ୍ ବିଭାଗରେ ଅଭିଯୋଗ କରିଥିଲେ। ସମ୍ବଲପୁର ଭିଜିଲାନସ୍ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଥିଲା।
ଗତ ନଭେମ୍ବର ୨୦୨୪ରୁ ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନଙ୍କୁ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ନିବେଦନ କରିଆସୁଥିଲେ। ମାତ୍ର, ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନ ଏଥିପାଇଁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରି ଆସୁଥିଲେ। ଟଙ୍କା ନଦେଲେ ଜମି ପଟ୍ଟା କରାଇଦେବେ ନାହିଁ ବୋଲି କହିଥିଲେ।
ଯୋଜନା ମୁତାବକ ଅଭିଯୋଗକାରୀ ଆଜି ରାଜସ୍ବ ନିରୀକ୍ଷକ ଶ୍ରୀ ପ୍ରଧାନଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେବା ପରେ ଛକି ରହିଥିବା ଭିଜିଲାନସ୍ ଟିମ୍ ମାଡ଼ି ବସିଥିଲେ। ଶ୍ରୀ ପ୍ରଧାନଙ୍କଠାରୁ ଲାଞ୍ଚ ବାବଦ ସମସ୍ତ ୪୦ ହଜାର ଟଙ୍କା ଜବତ କରିଥିଲେ। ଟଙ୍କା ଜବତ ପରେ ଆୟବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦୁଇଟି ଜାଗାରେ ଚଢ଼ଉ ଚାଲିଥିବା ଭିଜିଲାନସ୍ ବିଭାଗ କହିଛି।
Sambalpur
Follow Us