ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବା ରବିବାର ଏହାର ପୁଣି ଏକ ପ୍ରମାଣ ଦେଖିବାକୁ ମିଳିଛି। ସରକାର ଓ ପ୍ରଶାସନ ଉଚିତ ସ୍ବାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ବଲାଙ୍ଗୀରକୁ ସ୍ଥାନାନ୍ତର କରାଯିବା ପାଇଁ ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବା ଅଥବା ବିଳମ୍ବ ହେବାରୁ ରୋଗୀଙ୍କ ଜୀବନ ଚାଲି ଯାଉଛି।
ସ୍ଥାନୀୟ ଲାଇନପଡା ନିବାସୀ କ୍ଷିରୋଦ୍ର କଠାର ନିଜ ସ୍ବାସ୍ଥ୍ୟ ଠିକ ନ ଥିବା କହି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ହଠାତ୍ କ୍ଷିରୋଦ୍ର ଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିବାରୁ ପରିବାରବର୍ଗ ଡାକ୍ତରଙ୍କୁ ପୁଣି ଡାକିଥିଲେ। ଡାକ୍ତର ଆସି ବଲାଙ୍ଗୀର ସ୍ଥାନାନ୍ତର କରିବା ନେଇ ପରାମର୍ଶ ଦେଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।
ଆମ୍ବୁଲାନ୍ସ ପହଞ୍ଚବା ପରେ ସେଠାରେ ଥିବା କର୍ମଚାରୀ କ୍ଷିରୋଦ୍ରଙ୍କ ନାଁ ପଚାରିଥିଲା। ପରେ ରୋଗୀଙ୍କ ନେଇ ଆମ୍ବୁଲାନ୍ସ ଯିବ ବୋଲି ପରିବାରବର୍ଗ ବାହାରିଥିଲେ। ଠିକ ଏହି ସମୟରେ ଆମ୍ବୁଲାନ୍ସ ଚାଳକ ଆମ୍ବୁଲାନ୍ସ ନେଇ ଅନ୍ୟ ଏକ ସ୍ଥାନକୁ ଯାଉଥିବା ଓ ଅନ୍ୟ ଏକ ଆମ୍ବୁଲାନ୍ସ ସହ ସେମାନେ ଯୋଗାଯୋଗ କରିଛନ୍ତି, ତାହା ଚୁଡାପାଲିରେ ଥିବା କହିଥିଲେ। ହେଲେ ଘଣ୍ଟାଏ ପରେ ସେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସେହି ସମୟରେ କ୍ଷିରୋଦ୍ରଙ୍କ ଆଉ ଜୀବନ ନ ଥିଲା।
ତେବେ ଏଥିରେ ବିରକ୍ତି ହୋଇ କ୍ଷିରୋଦ୍ରଙ୍କ ପୁଅ ସଦାନନ୍ଦ, ପରିବାରବର୍ଗ ଓ ପଡ଼ିଶା ଲୋକେ ମୃତଦେହ ଆଣି ଡାକ୍ତରଖାନା ସମ୍ମୁଖରେ ଥିବା ମୁଖ୍ଯ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାରେ ଯାତାୟାତ ଠପ୍ ହୋଇ ଯାଇଥିଲା। ଘଟଣାସ୍ଥଳରେ ପାଟଣାଗଡ଼ ତହସିଲଦାର, ଥାନାଧିକାରୀ ପହଞ୍ଚି ଆଲୋଚନା କରି ବିଫଳ ହୋଇଥିଲେ। ପରେ ଏସଡିପିଓ ଏବଂ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଦୀର୍ଘ ସମୟ ଧରି ସହର ମଧ୍ୟରେ ରାସ୍ତା ଅବରୋଧ ପରେ ସେମାନଙ୍କ ଦାବି ପ୍ରତିଶ୍ରୁତି ପାଇ ରାସ୍ତା ଅବରୋଧ ହଟି ଥବା ଜଜଣାପଡ଼ିଛି।
Balangir
Follow Us