ଅଟକିଛି ରାସ୍ତା ନିର୍ମାଣ କାମ: ଯାଇପାରୁନି ପିଡିଏସ୍‌ ଚାଉଳ, ପଞ୍ଚାୟତବାସୀ ହନ୍ତସନ୍ତ

ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତକୁ ଯିବା ରାସ୍ତା ଚିକିଟା ମାଟି କାଦୁଅ ପଚ୍‌ପଚ୍‌ ପାଇଁ ପଞ୍ଚାୟତର ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟରାସ୍ତାରୁ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ପୁରୁଣା ରାସ୍ତାକୁ ଖୋଳି ଚଉଡ଼ା କରାଯାଇଥିଲା।

road

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତକୁ ଯିବା ରାସ୍ତା ଚିକିଟା ମାଟି କାଦୁଅ ପଚ୍‌ପଚ୍‌ ପାଇଁ ପଞ୍ଚାୟତର ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଳ୍ପ ଦିନ ତଳେ ମୁଖ୍ୟରାସ୍ତାରୁ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ଠିକାଦାରଙ୍କ ଦ୍ଵାରା ପୁରୁଣା ରାସ୍ତାକୁ ଖୋଳି ଚଉଡ଼ା କରାଯାଇଥିଲା।

ରାସ୍ତା ନିର୍ମାଣକୁ ନେଇ ପଞ୍ଚାୟତବାସୀ ଅନେକ ଦିନର ଦାବି ରାଜ୍ଯ ସରକାର ଶୁଣି ଥିଲେ। ଏଥି ପାଇଁ ପଞ୍ଚାୟତରେ ଥିବା ୧୦ ଖଣ୍ଡ ଗ୍ରାମବାସୀ ଖୁସି ହୋଇ ଥିଲେ। ଆଜକୁ ପ୍ରାୟ ୬ ମାସ ହେଉଛି ଠିକାଦାର ରାସ୍ତା ନିର୍ମାଣ ପାଇଁ ଖୋଳି ଦେଇ ନୀରବି ଯାଇଛି। ବର୍ଷା ପାଣି ପାଇଁ ରାସ୍ତାରେ ଥିବା ଚିକିଟା ପଚ୍‌ପଚ୍ ମାଟି ଥିବାରୁ ରାସ୍ତା ଦେଇ ଚାଲିଯିବା କଷ୍ଟକର ହେଉଛି। ପଞ୍ଚାୟତବାସୀ ପ୍ରାୟ ଦୁଇ ମାସ ହେଉଛି ଆମ୍ବୁଲାନ୍ସ ସେବାରୁ ଦୂରେଇ ରହି ଗର୍ଭବତୀ ଓ ପ୍ରସୂତୀ ମହିଳା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି ଏହି ରାସ୍ତା ଦେଇ  ପିଡିଏସ ଚାଉଳ ପଞ୍ଚାୟତକୁ ଯାଇପାରୁ ନାହିଁ। ଫଳରେ ଲୋକଙ୍କୁ ପ୍ରତିମାସର ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ସମସ୍ୟା ଦେଖାଯାଉଛି। ଚଳିତ ମାସରେ ପଞ୍ଚାୟତର ୧୦ ଖଣ୍ଡ ଗ୍ରାମବାସୀ ପଞ୍ଚାୟତରୁ ଚାଉଳ ପାଇବେ କି ନାହିଁ? ସନ୍ଦେହ ରହିଛି, ବ୍ଲକ ଓ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ପଞ୍ଚାୟତକୁ ପିଡିଏସ କେମିତି ଯିବ ଏଥିପାଇଁ ସ୍ଥାନୀୟ ସପ୍ଲାଏ ଇନ୍ସପେକ୍ଟର ଅରିବିନ୍ଦ ମହାରଣାଙ୍କୁ ଯୋଗାଯୋଗ କରିବାରୁ ଗାଡ଼ିରେ ଚାଉଳ ଆସିଛି ଗାଡ଼ି ଯାଇ ପାରିବ ନାହିଁ। ଆମେ ପଞ୍ଚାୟତକୁ କେମିତି ଚାଉଳ ଗାଡ଼ି ଯିବ ବିକଳ୍ପ ରାସ୍ତା ସନ୍ଧାନରେ ଥିଲେ ମଧ୍ୟ ସମସ୍ତ ରାସ୍ତା ଖରାପ ଥିବାରୁ ଟ୍ରକ ଡ଼୍ରାଇଭର ମାନେ ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଥିବା କହି ଯାଉ ନାହାଁନ୍ତି। ପ୍ରତି ଦିନ ବର୍ଷା ହେଉ ଥିବାରୁ ରାସ୍ତା ନିର୍ମାଣ ଅଟକି ଥିବାରୁ ଚଳିତ ବର୍ଷା ଋତୁର ୪ ମାସ ପିଡିଏସ ପଞ୍ଚାୟତର ଗ୍ରାମବାସୀ କେମିତି ପାଇବେ ଚିନ୍ତା ବଢ଼ାଇ ଦେଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅତିଶିଘ୍ର ରାସ୍ତା ନିର୍ମାଣ କରିବା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଅନୁରୋଧ କରିଛନ୍ତି।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe