ସୁଙ୍କିଘାଟିରେ ରାଜ୍ୟର ବୃହତ୍ତମ ଟନେଲ୍‌: ରୋଜଗାର ସାଙ୍ଗକୁ ବଢ଼ାଇବ ବ୍ୟବସାୟ

ତିନି ରାଜ୍ୟକୁ ସଂଯୋଗ କରୁଥିବା ‘ଭାରତମାଲା ଏକ୍ସପ୍ରେସୱେ’ର ଦୁଇ ଉଚ୍ଚତମ ଟନେଲ। ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଜାତୀୟ ରାଜପଥରେ ଲୋକଙ୍କର ଯାତାୟାତ ଅନୁଭବ ଏକ ନୂତନ ମଜା ଆଣିବ।

New Project (35)

ପଟ୍ଟାଙ୍ଗି(ପ୍ରଶାନ୍ତ ଦାଶ): ଆଉ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ, ଯାହାକି ତିନି ରାଜ୍ୟକୁ ସଂଯୋଗ କରୁଥିବା ‘ଭାରତମାଲା ଏକ୍ସପ୍ରେସୱେ’ର ଦୁଇ ଉଚ୍ଚତମ ଟନେଲ। ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଜାତୀୟ ରାଜପଥରେ ଲୋକଙ୍କର ଯାତାୟାତ ଅନୁଭବ ଏକ ନୂତନ ମଜା ଆଣିବ। ଏହି ସଡ଼କପଥ ଟନେଲ ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ‌ ବୋଲି କୁହାଯାଉଛି।

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୀମାରେ ଥିବା ପୂର୍ବଘାଟ ପର୍ବତମାଳାର ସୁଙ୍କି ଘାଟିରେ ଆଉ ରହିବନି କୌଣସି ପ୍ରକାର ଭୟ। ସମୁଦ୍ର ପତ୍ତନ ଠାରୁ ୩ହଜାର ଫୁଟ୍ ଉଚ୍ଚରେ ଥିବା ଏହି ଘାଟି ରାସ୍ତାରେ ନିର୍ମାଣ ହୋଇଛି ରାଜ୍ୟର ପ୍ରଥମ ଟନେଲ ସହ ଛଅ ଥାକିଆ ଜାତୀୟ ରାଜପଥ ରାସ୍ତା। ଓଡ଼ିଶାରୁ ଆନ୍ଧ୍ର ଯିବା ପାଇଁ ତିନିଥାକିଆ ରାସ୍ତା ଓ ଆନ୍ଧ୍ରରୁ ଓଡ଼ିଶା ଆସିବା ପାଇଁ ମଧ୍ୟ ତିନି ଥାକିଆ ରାସ୍ତା ନିର୍ମାଣ କରାଯାଇଛି। ଏହି ଦୁଇ ଟନେଲ ରାସ୍ତାର ଲମ୍ବା ଯଥାକ୍ରମେ ୩.୪୨ କିମି ଓ ୨.୮ କିମି ଲମ୍ବ ରହିଛି।  

ଭାରତମାଲା ପ୍ରକଳ୍ପ ଅଧିନରେ ରାୟପୁର ଠାରୁ ବିଶାଖାପାଟଣା ରାସ୍ତା ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ‘ଭାରତମାଲା ପ୍ରକଳ୍ପ’ରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି। ଜଙ୍ଗଲ ରାସ୍ତାରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା ନିର୍ମାଣ ହେଉଛି। ଏହି ରାସ୍ତା କୋରାପୁଟ ଜିଲ୍ଲାରେ ୧୨୪ କିମି ନିର୍ମାଣ ହୋଇଛି। କୋରାପୁଟ ଜିଲ୍ଲାରେ ୪୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ସେହିପରି କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ବେସରକାରୀ ଜାଗା, ୩୦୭ ହେକ୍ଟର ସରକାରୀ ଜାଗା ଏବଂ ୩୬୩ ହେକ୍ଟର ଜଙ୍ଗଲ ଜାଗା ଅଧିଗ୍ରହଣ କରାଯାଇଛି। ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ଟନେଲ ରାସ୍ତା ଚନ୍ଦକା ନିକଟ ବାରଜ ଗାଁ ଠାରୁ ଆରମ୍ଭ ହୋଇ କାନ୍ଦିଲି ଠାରେ ଶେଷ ହୋଇଛି। ଆନ୍ଧ୍ର ପଟୁ ଓଡ଼ିଶାକୁ ଆସୁଥିବା ଟନେଲ ରାସ୍ତା କୁରୁଲି ଠାରୁ ଆରମ୍ଭ ହୋଇ ଅମ୍ଫାବାଲି ଗାଁରେ ଶେଷ ହୋଇଛି। ଏହି ପ୍ରକଳ୍ପ ଦ୍ଵାରା କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବେଶ ସୁଧୃଢ଼ ହୋଇପାରିବ ଏବଂ ତିନି ରାଜ୍ୟ ମଧ୍ୟରେ ବିବ୍ୟସାୟ ପାଇଁ ମଧ୍ୟ ଏହି ଭାରତମାଳା ପ୍ରକଳ୍ପ ବେଶ ସହାୟ ହେବ। ଏହି ରାସ୍ତା ଦେଇ ବିଶାଖାପାଟଣା ଠାରୁ ରାୟପୁର ଗଲେ ମାତ୍ର ୪୧୫ କିଲୋମିଟର ପଡିବା ସହିତ ଛଅ ଘଣ୍ଟା ସମୟ ମଧ୍ୟରେ ପହଞ୍ଚି ହେବ ବୋଲି ଜଣାପଡ଼ିଛି।

କୋରାପୁଟ ଜିଲ୍ଲାରେ ଦୁଇଟି ଟନେଲ ରହିଥିବା ବେଳେ ଉକ୍ତ ଟନେଲ ଗୁଡିକର ୮୦ ପ୍ରତିଶତ କାର୍ଯ୍ୟ ଶେଷ ହେଇଯାଇଥିବା ଜଣାପଡିଛି ଏବଂ ଉକ୍ତ ସ୍ଥାନକୁ ଗଲେ ଗୋଟିଏ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭଳି ଅନୁଭବ ହୋଇଥାଏ। ଉକ୍ତ ପ୍ରକଳ୍ପରେ ଯାତ୍ରୀମାନଙ୍କ ପାଇଁ ରେଷ୍ଟୁରାଣ୍ଟ, ବିଶ୍ରାମ କକ୍ଷ, ଗ୍ୟାରେଜ, ପେଟ୍ରୋଲ ପମ୍ପ ସହିତ ଅତିଆଧୁନିକ କୌଶଳ ରହିଥିବା ଜଣାପଡ଼ିଛି।

 Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe