ସ୍ବଚ୍ଛ ସହର ତାଲିକା: ଦେଶର ୧୫ନମ୍ବର ସ୍ଥାନରେ ରାଉରକେଲା

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସ୍ଵଚ୍ଛ ସର୍ବେକ୍ଷଣ-୨୦୨୪ରେ ପୁଣିଥରେ ଚମକିଛି। ସର୍ବଭାରତୀୟସ୍ତରରେ ରାଉରକେଲା ୧୫ତମ ସ୍ଥାନ ହାସଲ କରିଛି। ଏହାସହ ରାଉରକେଲା ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

Rourkela
ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସ୍ଵଚ୍ଛ ସର୍ବେକ୍ଷଣ-୨୦୨୪ରେ ପୁଣିଥରେ ଚମକିଛି। ସର୍ବଭାରତୀୟସ୍ତରରେ ରାଉରକେଲା ୧୫ତମ ସ୍ଥାନ ହାସଲ କରିଛି। ଏହାସହ ରାଉରକେଲା ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା କରାଯିବାସହ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ଏଥିରେ ଢେର୍‌ ଉନ୍ନତି କରିଛି। ୨୦୨୪ ଏପ୍ରିଲ ମାସରୁ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା। ରାଉରକେଲାକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ପାଇଁ ସହରବାସୀ ଅନଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ରାଉରକେଲା ସହର ଡମ୍ପିଂ ସାଇଟ୍‌ର ସୁଧାର, ଜଳାଶୟ ଓ ବଜାର ଗୁଡ଼ିକ ସ୍ଵଚ୍ଛ କରିବା ଦିଗରେ ଶତ ପ୍ରତିଶତ ନମ୍ବର ମିଳିଛି। ଏହାସହ ଘରକୁ ଘର ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ, ଆବାସିକ ଅଞ୍ଚଳ ଓ ସର୍ବସାଧାରଣ ଶୌଚାଳୟ ଗୁଡ଼ିକର ସ୍ଵଚ୍ଛତା ବଜାୟ ରଖିବାରେ ୯୦ ପ୍ରତିଶତରୁ ଅଧିକ ଅଙ୍କ ପାଇଛି।

ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ଏଥିରେ ଢେର୍‌ ଉନ୍ନତି କରିଛି। ୨୦୨୪ ଏପ୍ରିଲ ମାସରୁ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା। ରାଉରକେଲାକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ପାଇଁ ସହରବାସୀ ଅନଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ।

ଏତଦ୍‌ବ୍ୟତୀତ ସହରକୁ ବର୍ଜ୍ୟମୁକ୍ତ କରିବାରେ ୩ ତାରକା ପାଇଥିବାବେଳେ ସ୍ଵଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ଯୋଗୁଁ ଓଡିଏଫ୍++ ମାନ୍ୟତା ବଜାୟ ରଖିଛି। ଏନେଇ ଆର୍‌ଏମ୍‌ସି କମିସନର ଆଶୁତୋଷ କୁଲକର୍ଣ୍ଣି ରାଉରକେଲା ବାସିନ୍ଦା, ତୃଣମୂଳସ୍ତରରେ କାର୍ଯ୍ୟରତ ସଫେଇ କର୍ମଚାରୀ ଓ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି, ସ୍ଵଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାବେଳେ ଆଗକୁ ମଧ୍ୟ ରାଉରକେଲା ସହର ସ୍ଵଚ୍ଛତା କ୍ଷେତ୍ରରେ ଉନ୍ନତି ଆସିବ। ସ୍ଵଚ୍ଛ ରାଉରକେଲା ହିଁ ଏକ ବିକଶିତ ରାଉରକେଲା ଗଠନର ପ୍ରଥମ ସୋପାନ। ଏଣୁ ସମସ୍ତେ ମିଳିମିଶି ଏକ ସ୍ଵଚ୍ଛ ଓ ସୁସ୍ଥ ରାଉରକେଲା ଗଠନ ପାଇଁ ପ୍ରତିବଦ୍ଧ ହେବାକୁ ଆହ୍ବାନ କରିଛନ୍ତି।
 Rourkela 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe