ମହିଳା କନଷ୍ଟେବଲଙ୍କୁ ଥାନାଧିକାରୀଙ୍କ ଅଶ୍ଳୀଳ ବ୍ୟବହାର!

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏବେ ଚର୍ଚ୍ଚାରେ ରାଉରକେଲା ପୁଲିସ। ନିୟମିତ ବ୍ୟବଧାନରେ ଗଣଦୁଷ୍କର୍ମ, ନାବାଳିକାଙ୍କୁ ଶାରୀରିକ ଅତ୍ୟାଚାର, ନୃଶଂସ ହତ୍ୟା ଘଟୁଛି। କ୍ରମବର୍ଦ୍ଧିଷ୍ଣୁ ଆପରାଧିକ ଘଟଣା ଯୋଗୁ ପୁଲିସର କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Police
ରାଉରକେଲା: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏବେ ଚର୍ଚ୍ଚାରେ ରାଉରକେଲା ପୁଲିସ। ନିୟମିତ ବ୍ୟବଧାନରେ ଗଣଦୁଷ୍କର୍ମ, ନାବାଳିକାଙ୍କୁ ଶାରୀରିକ ଅତ୍ୟାଚାର, ନୃଶଂସ ହତ୍ୟା ଘଟୁଛି। କ୍ରମବର୍ଦ୍ଧିଷ୍ଣୁ ଆପରାଧିକ ଘଟଣା ଯୋଗୁ ପୁଲିସର କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ବାରା ଅଧସ୍ତନ ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା, ଅପବାଦ ଆଣିଛି।
ଦିନକ ପୁର୍ବେ ମହିଳା ସିପାହୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବନ୍ଧମୁଣ୍ଡା ଥାନାଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଥିବାବେଳେ ଆଜି ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି ଜଣେ ଥାନାଧିକାରୀଙ୍କ ନାଁରେ। ସହରର ଏକ ଥାନାଧିକାରୀ ମହିଳା କନଷ୍ଟେବଲଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ବିଡ଼ମ୍ବନା, କୌଣସି କାରଣରୁ ତିନିମାସ ହେଲା ଅଭିଯୁକ୍ତ ଥାନାଧିକାରୀଙ୍କ ବିରୋଧରେ ତଦନ୍ତ ଆଗେଇ ପାରୁନି।
ଅଭିଯୋଗ ଅନୁସାରେ, ସଂପୃକ୍ତ ଥାନାଧିକାରୀ ସହରର ଏକ ଗୁରୁତ୍ବପୂର୍ଣ୍ଣ ପୁଲିସ ଥାନାରେ ଅବସ୍ଥାପିତ। ସାମାନ୍ୟ କଥାରେ ଉକ୍ତ ଥାନାଧିକାରୀ କୁଆଡ଼େ ମହିଳା କନଷ୍ଟେବଲକୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥାନ୍ତି। ମହିଳା କନଷ୍ଟେବଲଙ୍କ ନାଁ ଧରି ଡାକିବା ସମୟରେ ମଧ୍ୟ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥାନ୍ତି। ଏମିତିକି ମହିଳା କନଷ୍ଟେବଲଙ୍କ ଶାରୀରିକ ଗଠନ ପ୍ରତି ମଧ୍ୟ କଟୁ ମନ୍ତବ୍ୟ ରଖିଥାନ୍ତି। ଥାନାର ଅନ୍ୟ ଅଧିକାରୀ, କର୍ମଚାରୀଙ୍କ ସମ୍ମୁଖରେ ଦୁର୍ବ୍ୟବହାର କରିବା ନିତିଦିନିଆ ହେଲାଣି। ଏମିତିକି ଥାନାଧିକାରୀ ଜାତିଆଣ ମନ୍ତବ୍ୟ ଦେବାକୁ ପଛେଇନଥାନ୍ତି। କିଛି ନଜାଣି ତୁମକୁ କିଏ ଚାକିରି ଦେଲା? ଲାଞ୍ଚ ଦେଇ ଚାକିରି କରୁଛ ଛାଡ଼ିଦେଉନ କାହିଁକି? ଆଦି ଯାବତୀୟ ଢଙ୍ଗରେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଏତଦ୍‌ବ୍ୟତୀତ ନିୟମାନୁଯାୟୀ ଡ୍ୟୁଟି ଆବଣ୍ଟନ କରିବାବଦଳରେ ମନଇଚ୍ଛା ଡ୍ୟୁଟି କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। 

ସଂପୃକ୍ତ ଥାନାଧିକାରୀ ସହରର ଏକ ଗୁରୁତ୍ବପୂର୍ଣ୍ଣ ପୁଲିସ ଥାନାରେ ଅବସ୍ଥାପିତ। ସାମାନ୍ୟ କଥାରେ ଉକ୍ତ ଥାନାଧିକାରୀ କୁଆଡ଼େ ମହିଳା କନଷ୍ଟେବଲକୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥାନ୍ତି। ମହିଳା କନଷ୍ଟେବଲଙ୍କ ନାଁ ଧରି ଡାକିବା ସମୟରେ ମଧ୍ୟ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥାନ୍ତି।

ଏନେଇ କିଛି ମହିଳା ଓ ପୁରୁଷ କନଷ୍ଟେବଲ ନିଜ ସଂଘ ସମେତ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଜଣେ ଅଧସ୍ତନ ମହିଳା କନଷ୍ଟେବଲଙ୍କ ଅଭିଯୋଗ ଆଧାରରେ ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କୁ ତାଙ୍କ ପଦବିରୁ ହଟେଇନିଆଯାଇ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ସତ, କିନ୍ତୁ ଏକାଧିକ କନଷ୍ଟେବଲ ଓ ହାବିଲଦାର(ମହିଳାଙ୍କ ସମେତ) ଉକ୍ତ ଅଧିକାରୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe