ଆଇପିଏଲ୍: ଗୁଜରାଟ ଆଗରେ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଗୁଜରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୭୦ ରନ୍‌ ଲକ୍ଷ୍ୟ ମିଳିଛି। 

ଅଦ୍ୟତନ ହୋଇଛି
GJ Vs RCB

GJ Vs RCB Photograph: (Aajtak)

ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୧୮ତମ ସଂସ୍କରଣର ୧୪ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ଓ ଗୁଜରାଟ ମୁହାଁମୁହିଁ ହୋଇଛନ୍ତି। ଗୁଜରାଟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଗୁଜରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୭୦ ରନ୍‌ ଲକ୍ଷ୍ୟ ମିଳିଛି। 

ବେଙ୍ଗାଲୁରୁର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ୪୨ ରନ୍ ବେଳକୁ ଦଳ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା। ଦଳର ସ୍କୋର ୮ ରନ୍‌ରେ ବିରାଟ କୋହଲି, ୧୩ ରନ୍‌ରେ ଦେବଦତ୍ତ ପଡିକ୍କଲ ଓ ୩୫ ରନ୍‌ରେ ଫିଲିପ୍ ସଲ୍ଟ ଆଉଟ୍ ହୋଇଥିଲେ।

ବେଙ୍ଗାଲୁରୁ ପାଇଁ ଲିଆମ୍ ଲିଭିଂଷ୍ଟୋନ୍ ବ୍ୟକ୍ତିଗତ ଭାବେ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ। ସେ ୪୦ଟି ବଲ୍ ଖେଳି ଗୋଟିଏ ଚୌକା ଓ ୫ଟି ଛକା ମାରିଥିଲେ। ଜିତେଶ ଶର୍ମାଙ୍କ ବ୍ୟାଟ୍ରୁ ୩୩ ରନ୍ ଅମଳ ହୋଇଥିଲା। ସେ ୨୧ଟି ବଲ୍ରୁ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଟିମ୍ ଡାଭିଡ ୧୮ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ। 

ସେହିପରି ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ୧୪ ରନ୍, ବିରାଟ କୋହଲି ୭ ରନ୍, ଦେବଦତ୍ତ ପଡ଼ିକ୍କଲ ୪ ରନ୍, ରଜତ ପାଟିଦାର ୧୨ ରନ୍, କୃଣାଳ ପାଣ୍ଡ୍ୟା ୫ ରନ୍ ଓ ଭୁବନେଶ୍ବର କୁମାର ଅପରାଜିତ ୧ ରନ୍ ସଂଗ୍ରହ କରିଥିଲେ। ଗୁଜରାଟ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେହିପରି ରବି ଶ୍ରୀନିବାସନ ୨ଟି ୱିକେଟ୍ ନେଇଥିଲା ବେଳେ ଅର୍ଶଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

Cricket | IPL 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe