ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ   ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଗୃହରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍‌ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ବ୍ୟୟ ଅଟକଳ କରାଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆର୍‌ବିଆଇ ଗଭର୍ଣ୍ଣର

ସେହିପରି ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍‌ ପାଇଁ ୬୬ କୋଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସୁଭଦ୍ରା ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଏହି ଖବର ପଢ଼ନ୍ତୁ: ସଂସ୍କୃତ-ମୈଥିଲି ଭାଷାରେ ସମ୍ବିଧାନ

ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍‌ ପାଇଁ ୬୬ କୋଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୩୩୮ କୋଟି ଟଙ୍କା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଓ ସୁଭଦ୍ରା ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଏହି ଖବର ପଢ଼ନ୍ତୁ: ମୌଳିକ କର୍ତ୍ତବ୍ୟପାଳନ କରିବା ଆବଶ୍ୟକ

ସୂଚନାଯୋଗ୍ୟ, ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଅନାହର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଥିଲେ।    

ଏହି ଖବର ପଢ଼ନ୍ତୁ: ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି