vigilance raid Photograph: (Sambad )
ମାଲକାନଗିରି: ଉପାନ୍ତ ଅଂଚଳର କୁବେରଙ୍କ ଘରୁ କୋଟିକୋଟି ଟଂକା ବାହାରୁଛି। ଘରର ସମସ୍ତ କୋଣରୁ କେବଳ ଟଂକା ହିଁ ବାହାରିଛି। ଏବେ ସୁଦ୍ଧା ଶାନ୍ତୁନୁ ମହାପାତ୍ରଙ୍କ ଘରୁ ୨ କୋଟି ୮ ଲକ୍ଷ ୯୨ ହଜାର ୮୫୦ ଟଂକା ବାହାରିସାରିଲାଣି। ୨ କୋଟି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କ ଘରୁ ଜବତ ହୋଇଥିବା ବେଳେ ବାକି ଟଂକା ତାଂକ ସହକର୍ମୀଙ୍କ ଘରୁ ଜବତ ହୋଇଥିବା ଭିଜିଲାନସ ବିଭାଗ କହିଛି।
ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭିଜିଲାନସ ଅଧିକାରୀମାନେ ଭୁବନେଶ୍ବରସ୍ଥିତ ଏକ ବ୍ୟାଙ୍କଙ୍କୁ ନେଇ ଲୋକେର ଯାଞ୍ଚ କରିଛନ୍ତି। ଲୋକେରରେ ୨ ଲକ୍ଷ ଟଂକା ନଗଦ ସହ ବହୁ ଦାମି କାଗଜ ପତ୍ର ଏବଂ ଜମି ଖରିଦ ସଂପର୍କୀତ କାଗଜ ପତ୍ର ରହିଥିବା ଦେଖିବାକୁ ପାଇଛନ୍ତି।
ଭିଜିଲାନସ ଅଧିକାରୀମାନେ ତଦନ୍ତରେ ଜାଣିପାରିଥିଲେ ଯେ ଏମଜିଏନଆରଜିଏ କାମ କରି ଶ୍ରମିକମାନଙ୍କର କାର୍ଡ ଏବଂ ପାସବୁକକୁ ନିଜ ପାଖରେ ରଖିଛନ୍ତି। ତନଦ୍ତ ବେଳେ ଡାଟା ଏଣ୍ଟ୍ରି ଅପରେଟର ଘରୁ ପୁଳା ପୁଳା ବ୍ୟାଙ୍କ ପାସବୁକ ଏବଂ ଶ୍ରମ କାର୍ଡ ମିଳିଥିଲା। ଏଥିସହ ଠିକା କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ଘରୁ ମଧ୍ୟ ଏଭଳି ପୁଳା ପୁଳା ପାସବୁକ ସହ ଶ୍ରମ କାର୍ଡ ମିଳିଥିଲା। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଶ୍ରମିକଙ୍କ ନିକଟକୁ ଟଂକା ଯାଉନଥିଲା। ଶ୍ରମିକଙ୍କ ନିକଟକୁ କେବଳ ଟଂକା ଗଲେ ବିଭାଗର ବାବୁମାନେ ବ୍ୟାଙ୍କରୁ ଟଂକା ଉଠାଇ ନେଉଥିଲେ। ଭିଜିଲାନସ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବ ବୋଲି କହିଛି। ଏଭଳି ସବୁ କାମରୁ ଲକ୍ଷ ଲକ୍ଷ ଟଂକା ଆତ୍ମସାତ କରାଯାଇଥିବା ଜଣାପଡିଛି।
ଗଂଜାମର ଜଗନ୍ନାଥ ପ୍ରସାଦ ଅଂଚଳର ଅଲେଖ ଚନ୍ଦ୍ର ପ୍ରଧାନ ଜନସେବା କେନ୍ଦ୍ର ଚଳାଉଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହାପାତ୍ରଙ୍କ ପାଇଁ ଟଂକା ସଂଗ୍ରହ କରୁଥିଲେ। ଶ୍ରୀ ପ୍ରଧାନ ଠିକାଦାର ଏବଂ ଅନ୍ୟ ଭେଣ୍ଡରମାନଙ୍କ ଠାରୁ ଟଂକା ଆଦାୟ କରି ଶ୍ରୀ ମହାପାତ୍ରଙ୍କୁ ଦେଉଥିଲେ। ୨୦୧୯ରୁ ୨୦୨୪ ମଧ୍ୟରେ ପ୍ରାୟ ୧ କୋଟି ଟଂକା ଶ୍ରୀ ପ୍ରଧାନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଭିଜିଲାନସ ଅଧିକାରୀ ଏବେ ଜଗନ୍ନାଥ ପ୍ରସାଦ ଅଂଚଳରେ ଚଢାଉ କରି ଅଲେଖ ପ୍ରଧାନଙ୍କୁ ଖୋଜୁଛନ୍ତି। ଶ୍ରୀ ପ୍ରଧାନ ଗିରଫ ହେବା ପରେ ବହୁ ତଥ୍ୟ ମିାଳିବ ବୋଲି ଭିଜିଲାନସ ଅଧିକାରୀ କହିଛନ୍ତି। ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଥିବାରୁ ତଦନ୍ତ ପରେ ବିସ୍ତୃତ ରିପୋର୍ଟ ମିଳିପାରିବ ବୋଲି ବିଭାଗ କହିଛି।
Follow Us