ଓଡ଼ିଶାରୁ ଛତିଶଗଡ଼ ଚାଲିଚାଲି ଯାଉଥିବା ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ଜବତ

ଓଡ଼ିଶାରୁ ଛତିଶଗଡ଼ ପାଦରେ ଚାଲି ଚାଲି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୨୨ ଲକ୍ଷ ୫୩ ହଜାର ଟଙ୍କା ଜବତ କଲା ଛତିଶଗଡ଼ ପୁଲିସ। ଏଥିସହ ଦୁଇ ଜଣ ବ୍ୟିକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Mkg CG police 22 lakh jabat kala

ମାଲକାନଗିରି: ଓଡିଶାରୁ ଛତିଶଗଡ଼ ପାଦରେ ଚାଲି ଚାଲି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୨୨ ଲକ୍ଷ ୫୩ ହଜାର ଟଙ୍କା ଜବତ କଲା ଛତିଶଗଡ଼ ପୁଲିସ। ଏଥିସହ ଦୁଇ ଜଣ ବ୍ୟିକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି। ଓଡିଶାରୁ ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ସିଙ୍ଗୋଡା ଥାନା ଅଂଚଳରେ ପ୍ରବେଶ କରୁଥିଲେ।

ପୁଲିସକୁ ଗୁଇନ୍ଦାଙ୍କ ଠାରୁ ସୂଚନା ମିଳିଥିଲା ଯେ ଓଡିଶା ପଟରୁ ଦୁଇ ଜଣ ବ୍ୟକ୍ତି ଦୁଇଟି ବ୍ୟାଗ ଧରି ଛତିଶଗଡ ସୀମାରେ ପହଞ୍ଚିଲେ। ଦୁଇ ଜଣ ବ୍ୟକ୍ତି ଛତିଶଗଡ ସୀମାରେ ପହଞ୍ଚିବା ପରେ ଚେକ ପୋଷ୍ଟରେ ହିଁ ସେମାନଙ୍କୁ ଅଟକାଇ ବ୍ୟାଗ ଯାଞ୍ଚ କରିଥିଲେ। ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ପାଖରୁ ୧୫ ଲକ୍ଷ ୪୩ ହଜାର ଟଂକା ଏବଂ ଅନ୍ୟ ଜଣଙ୍କ ପାଖରୁ ୭ ଲକ୍ଷ ୧୦ ହଜାର ଟଂକା ଜବତ କରାଯାଇଛି। ଏହି ଟଂକା କେଉଁଠାରୁ ଆଣିଲ ବୋଲି ପୁଲିସ ପଚାରିବାରୁ ସଂତୋଷ ଜନକ ଉତ୍ତର ଦେଇପାରିନଥିବାରୁ ପୁଲିସ ତୁରନ୍ତ ଏମାନଙ୍କୁ ଗିରଫ କରିଛି।

ତେବେ ଏମାନେ ଏତେ ଟଙ୍କା କାହା ନିକଟକୁ ନେଉଥିଲେ ତାକୁ ନେଇ ପୁଲିସ ଯାଞ୍ଚ କରୁଛି।ଏହା ପୂର୍ବରୁ ମଧ୍ୟ ପୁଲିସ ଏକ କାରରୁ ୨ କୋଟି ୨୭ ଲକ୍ଷ ଟଂକା ଜବତ କରିସାରିଛି।ତେବେ ଏହା ହବାଲା ଟଙ୍କା ନା ନକ୍ସଲଙ୍କ ଟଙ୍କା ତାହା ଜଣାପଡିନାହିଁ।ଯାଞ୍ଚ ପରେ ସବୁ ସତ୍ୟ ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe