କଲେଜ ଅଧ୍ୟକ୍ଷଙ୍କ ଡିକି ଭାଙ୍ଗି ୨.୪୫ ଲକ୍ଷ ଲୁଟ୍‌ ଅଭିଯୋଗ

Advertisment

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡକମରା ଛକ ନିକଟରୁ ତଳନଗର କଲେଜ ଅଧକ୍ଷଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨ଲକ୍ଷ ୪୫ ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି।

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡକମରା ଛକ ନିକଟରୁ ତଳନଗର କଲେଜ ଅଧକ୍ଷଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨ଲକ୍ଷ ୪୫ ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି।

loot1

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡକମରା ଛକ ନିକଟରୁ ତଳନଗର କଲେଜ ଅଧକ୍ଷଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨ଲକ୍ଷ ୪୫ ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଆଜି ମଧ୍ୟାହ୍ନରେ ତଳନଗର କଲେଜର ଅଧକ୍ଷ ଓ ଜଣେ ଅଧ୍ୟାପକ ଜାମୁଝାଡ଼ି ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ୪୫ ହଜାର ଟଙ୍କା ଉଠାଣ କରି କଲେଜ ଅଭିମୁଖେ ଫେରୁଥିଲେ। ଏହି ସମୟରେ ଅଧିକ ଖରା କାରଣରୁ ଚଡକମରା ଛକ ନିକଟରେ ବାଇକଟିକୁ ରଖି ଗଛ ମୂଳେ ଛିଡା ହୋଇଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଅଧକ୍ଷଙ୍କ ବାଇକ ଡିକି ଭାଙ୍ଗି ଉକ୍ତ ଟଙ୍କା ସମେତ ଚେକ ବୁକ ଓ ଷ୍ଟାମ୍ପ ଥିବା ବ୍ୟାଗଟି ନେଇ ଫେରାର ହୋଇଯାଇଥିଲେ।

ଏନେଇ ଅଧକ୍ଷ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe