ଜମି ଦେବାକୁ କହି ୬ ଲକ୍ଷ ୩୦ ହଜାର ଟଙ୍କା ଠକିଲେ ଦମ୍ପତି

ଜମି ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ଠକ ଦମ୍ପତିଙ୍କୁ  ନନ୍ଦନକାନନ ପୁଲିସ ଗିରଫ କରିଛିI ଠକ ଦମ୍ପତି ହେଉଛନ୍ତି ସ୍ୱାମୀ ସୁରେନ୍ଦ୍ର ମହାନ୍ତି ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ମହାନ୍ତିI 

Fraud

ଭୁବନେଶ୍ବର: ଜମି ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ଠକ ଦମ୍ପତିଙ୍କୁ  ନନ୍ଦନକାନନ ପୁଲିସ ଗିରଫ କରିଛିI ଠକ ଦମ୍ପତି ହେଉଛନ୍ତି ସ୍ୱାମୀ ସୁରେନ୍ଦ୍ର ମହାନ୍ତି ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ମହାନ୍ତିI 

ଅଭିଯୋଗକାରିଣୀଙ୍କ ରିପୋର୍ଟ ମୁତାବକ ଏକ ଜମି ଦେବାକୁ କହି ୨୦୨୨ ମସିହାରୁ ୬ ଲକ୍ଷ ୩୦ ହାଜର ଟଙ୍କା ନେଇଥିଲେI କିନ୍ତୁ ଜମି ନଦେଇ ଲୁଚକାଳି ଖେଳୁଥିଲେI ଟଙ୍କା ଫେରସ୍ତ ମାଗିବାରୁ ଓଲଟା ଧମକ ଦେବା ସହ ଜୀବନରୁ ମାରିଦେବାକୁ କହିଥିଲେI 

ଏନେଇ ଥାନାରେ ଅଭିଯୋଗ ପରେ, ଚଢ଼ାଉ କରି ଉଭୟଙ୍କୁ ହାତକଡ଼ି ପିନ୍ଧାଇଛି ପୁଲିସI ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛିI

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe