ମାରଣାସ୍ତ୍ର ଦେଖାଇ ପିଇଓଙ୍କ ଠାରୁ ୮.୫୯ ଲକ୍ଷ ଭତ୍ତା ଟଙ୍କା ଛଡ଼ାଇ ନେଲେ ଲୁଟେରା

Advertisment

କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍‌ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି।

କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍‌ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି।

loot in Koraput

loot in Koraput Photograph: (sambad.in)

କୋରାପୁଟ/ବୋରିଗୁମ୍ମା: କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍‌ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି। ବୋଡ଼ିଗାଁ–ରତାଲି ରାସ୍ତାରେ ନିଛାଟିଆ ସ୍ଥାନରେ ତିନୋଟି ବାଇକରେ ୬ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇଥିଲେ। ତାଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ସେ ଧରିଥିବା ବ୍ୟାଗକୁ ଲୁଟେରାମାନେ ଛଡ଼ାଇ ନେଇଥିଲେ। ଏଥିରେ ବୋଡ଼ିଗାଁ ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ବିତରଣ କରିବା ଭତ୍ତା ଟଙ୍କା ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ରହିଥିଲା। ଏ ନେଇ ବିସିଂହପୁର ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ଯାଏଁ ପୁଲିସକୁ କିଛି ସଫଳତା ମିଳିନି।

ବୋଡ଼ିଗାଁ–ରତାଲି ରାସ୍ତାରେ ନିଛାଟିଆ ସ୍ଥାନରେ ତିନୋଟି ବାଇକରେ ୬ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇଥିଲେ। ତାଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ସେ ଧରିଥିବା ବ୍ୟାଗକୁ ଲୁଟେରାମାନେ ଛଡ଼ାଇ ନେଇଥିଲେ। ଏଥିରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ବିତରଣ କରିବା ପାଇଁ ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ରହିଥିଲା।

ସୂଚନା ଅନୁଯାୟୀ, ପ୍ରତିମାସ ପରି ଏଥର ମଧ୍ୟ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟରୁ ସମସ୍ତ ୩୧ଟି ଯାକ ପଞ୍ଚାୟତର ପିଇଓମାନେ ହିତାଧିକାରୀଙ୍କ ଭତ୍ତା ବିତରଣ କରିବା ପାଇଁ ଟଙ୍କା ନେଇକି ବାହାରିଥିଲେ। ବୋଡ଼ିଗାଁ ପିଇଓ ଶ୍ରୀ ପାତ୍ର ନିଜ ବାଇକରେ ବାହାରିଥିଲେ। ଅଳ୍ପ କିଛି ଦୂର ଯାଇଥିଲେ ବଡ଼ିଗାଁ ପହଚିଂଥାନ୍ତେ। ତେବେ ବଡ଼ିଗାଁ-ରତାଲି ରାସ୍ତା ମଝିରେ ପିଛା କରି ଆସୁଥିବା ୩ଟି ବାଇକ ଆରୋହୀ ୬ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ। ସେ ଅଟକାଇବା ମାତ୍ରକେ ତାଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ବ୍ୟାଗ ନ ଦେଲେ ଜୀବନରେ ମାରିବାକୁ ଧମକ ଦେଇଥିଲେ। ସେ ଧରିଥିବା ବ୍ୟାଗ ଛଡ଼ାଇ ନେଇଥିଲେ। ଏହା ପରେ ବାଇକକୁ ଜମି ଆଡକୁ ଠେଲିଦେଇଥିଲେ। ସେ ହାତରେ ଧରିଥିବା ମୋବାଇଲ୍ ଆଦିକୁ ଜମିଆଡ଼କୁ ଫିଙ୍ଗି ଦେଇଥିଲେ। ତା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏ ନେଇ ସୂଚନା ପାଇ ପାଇ ବୋଡ଼ିଗାଁ ସରପଂଚ କରୁଣା ବଡନାୟକ ସ୍ଥାନୀୟ ଲୋକ ପହଞ୍ଚି ପିଇଓଙ୍କ ବାଇକ ଏବଂ ଫୋନ୍ ଉଦ୍ଧାର କରିଥିଲେ। ବିସିଂହପୁର ପୁଲିସ ଓ ବୋରିଗୁମ୍ମା ବିଡିଓଙ୍କୁ ସୂଚନା ଦେଇଥିଲେ। ବିସିଂହପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe