ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବ ‘ସେଲ୍‌’, ଦୁବାଇରେ ଖୋଲିଲା କାର୍ଯ୍ୟାଳୟ

ବାର୍ଷିକ ୨୦ ନିୟୁତ ଟନ୍‌ରୁ ଅଧିକ ଅଶୋଧିତ ଇସ୍ପାତ କ୍ଷମତା ବହନକାରୀ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ନିଜର ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବାକୁ ଦୁବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିଛି।

096e228e-1868-4761-ac97-c058601b9dbd

ରାଉରକେଲା: ବାର୍ଷିକ ୨୦ ନିୟୁତ ଟନ୍‌ରୁ ଅଧିକ ଅଶୋଧିତ ଇସ୍ପାତ କ୍ଷମତା ବହନକାରୀ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ନିଜର ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବାକୁ ଦୁବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିଛି।

କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଏହି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ବୋଧନରେ ମନ୍ତ୍ରୀ କହିଲେ, ଏହି କାର୍ଯ୍ୟାଳୟ ସେଲ୍‌କୁ ଇସ୍ପାତ ରପ୍ତାନି ବୃଦ୍ଧି, ଶିଳ୍ପ ସଂଯୋଗକୁ ବ୍ୟାପକ ଓ ଭାରତ-ୟୁଏଇ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ ​​କରିବ। ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା (ଏମ୍‌ଇଏନ୍‌ଏ) କ୍ଷେତ୍ରର ପ୍ରବେଶ ଦ୍ୱାର ଭାବେ ଦୁବାଇର ଭୂମିକା ଓ ନିବେଶକ-ଅନୁକୂଳ ପରିବେଶ ଏହାକୁ ଉଦୀୟମାନ ବଜାରରେ ବିସ୍ତାର ପାଇଁ ପଥ ପ୍ରଦର୍ଶନ ହେବ।

ଏହି ପଦକ୍ଷେପ ୨୦୩୦ ସୁଦ୍ଧା ୩ ଶହ ନିୟୁତ ଟନ୍ ଜାତୀୟ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏହା ହେଉଛି ସେଲ୍‌ର ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଇସ୍ପାତ ନିର୍ମାତା ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟବୋଲି କହିଥିଲେ। ଉଦ୍‌ଘାଟନବେଳେ ଦୁବାଇରେ ଭାରତର କନସୁଲ ଜେନେରାଲ ସତୀଶ କୁମାର ସିବନ, ସେଲ୍‌ ସିଏମ୍‌ଡି ଅମରେନ୍ଦୁ ପ୍ରକାଶ, ଏନ୍‌ଏମ୍‌ଡିସି ସିଏମ୍‌ଡି ଅମିତାଭ ମୁଖାର୍ଜୀ, ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭି.କେ. ତ୍ରିପାଠି ପ୍ରମୁକ ଉପସ୍ଥିତଥିଲେ।

 Rourkela 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe