ଚୋରା ମଦ ବିକ୍ରି ନେଇ ଉତ୍ତେଜନା: ଗ୍ରାମବାସୀ-ମଦବେପାରୀ ମୁହାଁମୁହିଁ

ଭୁବନେଶ୍ବର-କକଟ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଗାଁ ମଝିରେ ଦିନ ରାତି ଖୁଲମ ଖୁଲାରେ ଚୋରା ମଦ ବିକ୍ରି ହେଉଛି। ଗାଁ ଭିତରେ ମଦ ପିଇ ନିଶାଡି ଉତ୍ପାତ କରୁଛନ୍ତି।

Wine Balipatna

Wine Balipatna Photograph: (sambad.in)

ବାଲିପାଟଣା: ଭୁବନେଶ୍ବର-କକଟ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଗାଁ ମଝିରେ ଦିନ ରାତି ଖୁଲମ ଖୁଲାରେ ଚୋରା ମଦ ବିକ୍ରି ହେଉଛି। ଗାଁ ଭିତରେ ମଦ ପିଇ ନିଶାଡି ଉତ୍ପାତ କରୁଛନ୍ତି। ଛାତ୍ରଛାତ୍ରୀ ଏବଂ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଚୋରି, ଲୁଟପାଟ, ରାହାଜାନି ବୃଦ୍ଧି ପାଉଛି। ଆସାମଜିକ ବ୍ୟକ୍ତିଙ୍କ ଆଡା ଜମୁଛି। ଏହାକୁ ବାରଣ କରିବାରୁ ମଦ ବେପାରୀ ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହ ନାନା ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି।

ପୁଲିସରେ ଅଭିଯୋଗ କଲେ କିଛି ସୁଫଳ ମିଳୁ ନାହିଁ। ଉତେଜନା ବୃଦ୍ଧି ପାଇବା ପରେ ଆଜି ୭/୮ ଖଣ୍ଡ ଗାଁ ଲୋକ ଏକତ୍ରିତ ହୋଇ ଥାନା ଘେରାଉ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ଘଟଣା ସାମନ୍ୟ ଶାନ୍ତ ପଡିଛି। ଗ୍ରାମରେ ଏବେବି ଉତେଜନା ଲାଗି ରହିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।


ସୂଚନା ଅନୁସାରେ ଭାକରସାହି ଏବଂ ମଝିହରା ପଞ୍ଚାୟତ କୁଶଭୁଦ୍ରା ନଦୀ ପଶ୍ଚିମ ଦିଗରେ ଥିବା ଦଣ୍ଡା ସାହି, ଭାକର ସାହି ( ବିଶ୍ୱାଳସାହି), ଦଳିତସାହି, ଅମୃତ ମଣୋହି ପାଟଣା, ଗୋଲା ମହମ୍ମଦ ପାଟଣା (ଉତ୍ତର ଓ ଦକ୍ଷିଣ ), ରୟତ ପାଟଣା, ମଝିହରା ବସ୍ତି, ଡେରାସାହି, ସାରଙ୍ଗଧର ସାହୁପାଟଣା (ଉତ୍ତର ଓ ଦକ୍ଷିଣ), ନୂଆସାହି, ପତିତପାବନ ପାଟଣା ପ୍ରଭୁତି ଅଞ୍ଚଳରେ ହଜାର ହଜାର ଲୋକ ବାସ କରନ୍ତି। ସାରଙ୍ଗଧର ସାହୁ ପାଟଣାରେ ପ୍ରତିଯୋଗିତାରେ ମଦ ବିକ୍ରି ଚାଲିଛି।

ଦୀର୍ଘ ଦଶନ୍ଧି ଧରି ଏହି ଅଞ୍ଚଳରେ ଘରେ ଟ୍ରକ ଟ୍ରକ ଚୋରା ମଦ ଗଛିତ ରଖି ବିକ୍ରି ହେଉଛି। ବିଭିନ୍ନ ଅଞ୍ଚଳରୁ ଆସାମଜିକ ବ୍ୟକ୍ତି ଏବଂ ନିଶାଡି ଦିନ ରାତି ମଦ କିଣିବାକୁ ସେଠାକୁ ଯାଉଛନ୍ତି। ଏପରିକି ଘର ପାଖରେ ମଦ ବେପାରୀ ଚାଖଣା ଦୋକାନ ଖୋଲିବା ଫଳରେ ସର୍ବସାଧାରଣ ସ୍ଥାନରେ ମଦୁଆ ଆଡ୍ଡା ଜମାଉଛନ୍ତି। ଗାଁର ମହିଳା, ଝିଅ ଏବଂ ଛାତ୍ରୀମାନେ ଯିବା ସମୟରେ ନିଶାଡ଼ିମାନେ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରୁଛନ୍ତି। ଏ ନେଇ ବହୁବାର ନିଶାଡ଼ିଙ୍କ ସହ ଗ୍ରାମବାସୀଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। 

Wine | Khordha | balipatna 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe