ରାଇରଙ୍ଗପୁର/ଗୋରୁମହିଷାଣି: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ “ସମ୍ବାଦ ଆମ ଓଡ଼ିଶା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା-୨୦୨୪” ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ପରିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ଚିତ୍ରାଙ୍କନରେ ୪୧ ଜଣ କୁନି ଛାତ୍ରଛାତ୍ରୀ, ହସ୍ତାକ୍ଷରରେ ୬୧ ଜଣ ଛାତ୍ରଛାତ୍ରୀ, ଭାଷାଜ୍ଞାନ ଓ ପ୍ରବନ୍ଧରେ ୪୧ ଜଣ ମିଶି ସର୍ବମୋଟ୍ ୧୪୩ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ଚିତ୍ରାଙ୍କନରେ ପ୍ରଥମ ପୁରସ୍କାର ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପଂଚମ ଶ୍ରେଣୀର ଛାତ୍ର ପ୍ରିୟାଂଶୁ ପ୍ରିୟଦର୍ଶୀ ବେହେରା, ଦ୍ଵିତୀୟ କେରଳା ପବ୍ଲିକ ସ୍କୁଲର ପଂଚମ ଶ୍ରେଣୀର ଛାତ୍ର ଜୟଦିପ୍ ମହାନ୍ତ ଓ ତ୍ରୁତୀୟ ରାଇରଙ୍ଗପୁର ସରସ୍ୱତୀ ଶିଶୁ ଛାତ୍ର ରତ୍ନଜ୍ୟାତି ରାଜ୍, ହସ୍ତାକ୍ଷରରେ ପ୍ରଥମ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ତୁଶାନ୍ତ ଗୋପ, ଦ୍ୱିତୀୟ ରାଇସେନ୍ ହଁ।ସଦା, ତ୍ରୁତୀୟ ଦଶରଥ ଟୁଡୁ, ଭାଷାଜ୍ଞାନ ଓ ପ୍ରବନ୍ଧରେ ପ୍ରଥମ ପୁରସ୍କାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମିନାକ୍ଷୀ ମହାନ୍ତ, ଦ୍ୱିତୀୟ ରାଇରଙ୍ଗପୁର ସରକାରୀ ବାଳୀକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୌସମ ବେହେରା, ତୃତୀୟ ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବିଜୁମଣୀ ହଁ।ସଦାଙ୍କୁ ପୁରସ୍କାର ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ କନକ ନ୍ୟୁଜ୍ ପ୍ରତିନିଧି ମଳୟ ଦାସ, ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡା, ପ୍ରଣବ କୁମାର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତି, ସମ୍ବାଦ ସାହିତ୍ୟ ଘରର ରଂଜନ କୁମାର ନନ୍ଦ, ଡ. ଦିଗମ୍ବର ଗିରି, ବିଜୟ କୁମାର ରାମ, ସାର୍ଥକ ପଣ୍ଡା, ସୁରେନ୍ଦ୍ର ନାଥ ରାଜ, ଶ୍ୟାମଳେନ୍ଦୁ ପରିଡ଼ାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉକ୍ତ ପ୍ରତିଯୋଗିତାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ଆମ ଓଡିଶା ସଂଯୋଜକ ଶ୍ରୀ ମହାନ୍ତ ଧନ୍ୟବାଦ ଦେଇଥିଲେ।
ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ କନକ ନ୍ୟୁଜ୍ ପ୍ରତିନିଧି ମଳୟ ଦାସ, ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡା, ପ୍ରଣବ କୁମାର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତି, ସମ୍ବାଦ ସାହିତ୍ୟ ଘରର ରଂଜନ କୁମାର ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଗୋରୁମହିଷାଣି ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ସମ୍ବାଦ ପ୍ରତିନିଧି ରାମକୃଷ୍ଣ ଦେଙ୍କ ତତ୍ତବଧାନରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗୀତାର ଚିତ୍ରାଙ୍କନ ପରୀକ୍ଷାରେ ମୋଟ୍ ୧୨ ଜଣ, ହସ୍ତାକ୍ଷରରେ ୪୦ ଜଣ ଓ ଭାଷାଜ୍ଞାନ ପରୀକ୍ଷାରେ ୫୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଚିତ୍ରାଙ୍କନରେ ପ୍ରଥମ ପୁରସ୍କାର ଚିନ୍ମୟୀ ମହାକୁଡ, ଦ୍ଵିତୀୟ ଜୀବନ କୁମାର ହାଁସଦା ଓ ତୃତୀୟ ଶ୍ରୀୟଂଶ କୁଆଁର, ହସ୍ତାକ୍ଷରରେ ପ୍ରଥମ ଭୀମ ଚରଣ ହେମ୍ବ୍ରମ, ଦ୍ଵିତୀୟ କାର୍ମି ଟୁଡୁ ଓ ତୃତୀୟ ସ୍ବସ୍ତିକା ଭାରତୀ, ଭାଷାଜ୍ଞାନରେ ନିହାରିକା ଧଳ, ଦ୍ଵିତୀୟ ରାମ୍ସିଂ ମୁଣ୍ଡା ଓ ତୃତୀୟ ଫୁଲମଣି ମୁର୍ମୁଙ୍କୁ ଦିଆଯାଇଥିଲା। ରାଇରଙ୍ଗପୁର ବ୍ଲକ ରେ ସର୍ବମୋଟ୍ ୨୫୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟୀତ୍ରି ମାନସୀ ବାଗ୍, ସିତାମ୍ବରି ନାଏକ, କିରଣ କୁମାର ବେହେରା, ସୌମ୍ୟ ଶେଫାଳୀକା ସିଂ, କୀର୍ତ୍ତନ ବେହେରା, ବୃନ୍ଦାବନ ମହାନ୍ତ, ରାମରାୟ ମାଝୀ ପ୍ରମୁଖ ପରିଚାଳନାରେ ସହୋଯୋଗ କରିଥିଲେ।
Follow Us