ପାଣିପାଗ: ଦିନ ୨ଟା୩୦ରେ ସିଝିଲା ସମ୍ବଲପୁର; ଏଇଠି ପହଞ୍ଚିଲା ପାରା

ରାଜ୍ୟରେ ତାପମାତ୍ରା ପୁଣି ଉପରମୁହାଁ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ସମ୍ବଲପୁରରେ ଆଜି ଅପରାହ୍‌ଣ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି।

ଅଦ୍ୟତନ ହୋଇଛି
temperature sbp

temperature sbp Photograph: (sambad.in)

ଭୁ‌ବନେଶ୍ବର: ରାଜ୍ୟରେ ତାପମାତ୍ରା ପୁଣି ଉପରମୁହାଁ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ସମ୍ବଲପୁରରେ ଆଜି ଅପରାହ୍‌ଣ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୪୧.୧, ଝାରସୁଗୁଡ଼ରେ ୪୦.୨, ଭୁବନେଶ୍ୱରରେ ୩୯.୬, ରାଉରକେଲାରେ ୩୯.୪,  ଚାନ୍ଦବାଲିରେ ୩୯.୦ ଓ ବାଲେଶ୍ୱରରେ ୩୮.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। 

ରାଜ୍ୟରେ ଆଜି ପୂର୍ବଦିନଗୁଡ଼ିକର ତୁଳନାରେ ପ୍ରବଳ ଖରା ହୋଇଛି। ସକାଳ ୮ଟା ପରେ ସ୍ଥିତି ଅସମ୍ଭାଳ ହୋଇଛି। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ଅସହଜ ଥିଲା। ରାସ୍ତାଘାଟଗୁଡ଼ିକ ଖାଁଖାଁ ଲାଗୁଥିଲା। ପଶ୍ଚିମଓଡ଼ିଶାର ସହରଗୁଡ଼ିକରେ ଅଧିକ ଖରା ଅନୁଭୂତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଛୁଇଁ କେରଳ ଛୁଇଁପାରେ। ଏହା ଆସନ୍ତା ୨୭  ତାରିଖରେ କେରଳ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ମୌସମୀ ବାୟୁ  ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ଥର  ମୌସୁମୀ  ଶୀଘ୍ର  କେରଳ ପହଞ୍ଚିବ ବୋଲି ଅନୁମାନ ହୋଇଛି। ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ। କାରଣ ୨୦୦୯ରେ ମୌସୁମୀ କେରଳରେ  ୨୩ ମେ’ରେ ପହଞ୍ଚିଥିଲା।   

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍‌ ୧ରେ କେରଳରେ ପହଞ୍ଚିବା ପରେ ଜୁଲାଇ ୮ ପର୍ଯ୍ୟନ୍ତ ସାରା ଭାରତରେ ବର୍ଷା ହୋଇଯାଇଥାଏ।। ୧୭ ସେପ୍ଟେମ୍ବରରେ ମୌସୁମୀ  ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ।  ଅକ୍ଟୋବର ୧୫  ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ଫେରିଯାଇଥାଏ। 

temperature | Weather | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe