ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭାରମ୍ଭ ସହ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟ ପରିସରରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। 

WhatsApp Image 2025-07-04 at 9.49.38 PM

ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭାରମ୍ଭ ସହ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟ ପରିସରରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। 

ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ପ୍ରଥମେ ସମ୍ବଲପୁରର କଣ୍ଟାପାଲି ଠାରେ ବରଗଡ଼ ପାର୍ଶ୍ୱ ଏବଂ ପରଢିଆପାଲୀ ଝାରସୁଗୁଡ଼ା ପାର୍ଶ୍ୱ “ଐହିତ୍ୟ ସ୍ୱାଗତମ୍ ସମ୍ବଲପୁର ତୋରଣ”ର ଉଦଘାଟନ କରିଥିଲେ। ସମ୍ବଲପୁର ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ ସେ କହିଥିଲେ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଥିବା ଲୋକାର୍ପିତ ସ୍ୱାଗତ ତୋରଣ ସହରକୁ ଯାଉଥିବା ପଥଚାରୀଙ୍କ ଶୋଭାବର୍ଦ୍ଧନ କରିବ। ସମ୍ବଲପୁର ମହାନଗର ନିଗମକୁ ଅଧିକ ସୁନ୍ଦର କରିବାରେ ଏହି ପଦକ୍ଷେପ ପ୍ରଶଂସନୀୟ। ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।  

WhatsApp Image 2025-07-04 at 9.49.39 PM

ପରବର୍ତ୍ତୀ ସମୟରେ ଶ୍ରୀ ପ୍ରଧାନ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟକୁ ଯାଇ ସେଠାରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସମ୍ମିଳନୀ କକ୍ଷକୁ ‘ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷ’ରେ ନାମିତ ଏବଂ ଓଡ଼ିଶାର ବରପୁତ୍ରମାନଙ୍କର ପେନସିଲ୍ ଫଟୋଚିତ୍ର ଲୋକାର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ବୈଠକରେ କୁଦୋପାଲିରେ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା, କୋଣାର୍କରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ ଓ ବାଖ୍ୟାନ କେନ୍ଦ୍ର ଭଳି ବ୍ୟବସ୍ଥା କରିବା ତଥା ଏକ କଳା ମହାବିଦ୍ୟାଳୟ ସ୍ଥାପନ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଅଇଁଠାପାଲି ଠାରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିଥିଲେ।  

Dharmendra Pradhan | Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe