କଟକ: ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପ୍ରଫେସର ସମୀର ସାହୁଙ୍କୁ ମାରାଥନ ଜେରା କରିଛି। ରିମାଣ୍ଡର ଦ୍ବିତୀୟ ଦିନରେ ଆତ୍ମାହୁତି ପଛର ରହସ୍ୟ ଓ ଛାତ୍ରୀଙ୍କ ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତାଳପ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ସମୀରଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଦ୍ବାରା ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ଏସ୍ପି, ତଦନ୍ତକାରୀ ଅଧିକାରୀ ଥିବା ଡିଏସ୍ପି, ଆଇଆଇସି ପାହ୍ୟାର ଜଣେ ଅଧିକାରୀ ସାମିଲ ହୋଇଛନ୍ତି।
ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଗଷ୍ଟ ୧ ତାରିଖରେ ସମୀରଙ୍କ ଜାମିନ୍ ଆବେଦନ କରାଯାଇଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ କେସ୍ ଡାଏରି ଦାଖଲ କରାଯାଇନଥିଲା। ଏଥିପାଇଁ ଜାମିନ ଆବେଦନ ଉପରେ ଶୁଣାଣି ହୋଇ ନଥିଲା। ସୋମବାର ସମୀରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ଅଦାଲତ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିଲେ। ତିନି ଦିନିଆ ରିମାଣ୍ଡର ମଙ୍ଗଳବାର ଥିଲା ଦ୍ବିତୀୟ ଦିନ। ବୁଧବାର ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସମୀରଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯିବ। ଅନ୍ୟପଟେ ଛାତ୍ରୀଙ୍କ ଆତ୍ମାହୁତି ଭିଡିଓ ରେକର୍ଡ ହୋଇଥିବା ମୋବାଇଲ୍ ଓ କଲେଜ୍ କ୍ୟାମ୍ପସ ସହିତ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ରସୁଲଗଡ଼ ଫରେନସିକ ସାଇନ୍ସ ଲାବୋରେଟୋରିରେ ଅନୁଧ୍ୟାନ ପରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। ଆତ୍ମାହୁତି ପୂର୍ବରୁ ଓ ସମୟରେ ଛାତ୍ରୀ ଯେଉଁ ସବୁ କଥା କହିଥିଲେ, ଏହା ଭିଡିଓରେ ରେକର୍ଡ ହୋଇଛି। କ୍ରାଇମବ୍ରାଞ୍ଚ ଏହି କଥାବାର୍ତ୍ତାକୁ ଅନୁଧ୍ୟାନ କରିବା ପରେ ସମୀରଙ୍କୁ ଜେରା କରିଥିବା ସୂଚନା ମିଳିଛି।

Follow Us