ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜବାବ ଦେଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି।

ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା: ବିଜେପି

ଭୁବନେଶ୍ବର: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି। ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଈର୍ଷାନ୍ୱିତ ହୋଇ ବିଜେଡି ବିଧାୟକ ଏଭଳି ମନ୍ତବ୍ୟ ଦେଉଥିବା କହିଛନ୍ତି ସମୀର ମହାନ୍ତି । 

ବିଜେଡି ପରାଜୟ ଠାରୁ ଆରମ୍ଭ କରି ଦଳରେ ଥିବା କନ୍ଦଳ କଥା କହି ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା । କିଛି ଦିନ ତଳେ ବିଜେଡି ପଦଯାତ୍ରାରେ ବିଜେପି ସରକାରକୁ ନେଇ କଟାକ୍ଷ କରିଥିଲେ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । କହିଥିଲେ, ଓଡ଼ିଶାକୁ ଚଲାଉଛନ୍ତି ୪ ମୁଖ୍ୟମନ୍ତ୍ରୀ। ଏଠି କିଛି, ଦିଲ୍ଲୀରେ କିଛି ନେତା ଥିବା କହି କରିଥିଲେ କଟାକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe