ସୋର: ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଏକ ବାଲି ବୋଝେଇ ଡମ୍ଫର ଜବତ କରାଯାଇଛି। ଆଜି ସକାଳେ ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ସୋର ତହସିଲଦାର ଦୈତାରି ମଲ୍ଲିକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଚଢ଼ାଉ କରିଥିଲେ। ଏହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଓଡ଼ି ୨୨ ଜି ୨୧୦୯ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ଡମ୍ଫରକୁ ଜବତ କରି ପୁଲସକୁ ହସ୍ତାନ୍ତର କରିଛନ୍ତି।
୪୦ରୁ ଅଧିକ ବାଲି ଗାଡ଼ି ଫେରାର
ଖଣି ବିଭାଗର କୌଣସି ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଏଣେ ୪୦ରୁ ଅଧିକ ବାଲି ଗାଡ଼ି ଅନ୍ୟ ବାଟଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଧିକ ବ୍ୟାପକଭାବେ ଚଢ଼ାଉର ଆବଶ୍ୟକତା ଥିବା ଲୋକେ କହିଛନ୍ତି।
ଆହୁରି ପଢ଼ନ୍ତୁ:Fire Bar Capital ରାଜଧାନୀର ବାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇ ୧୦ଟି ପଥର ଓ ୫ଟି ବାଲି ବୋଝେଇ ଗାଡ଼ିକୁ ଜବତ କରାଯାଇଥିଲା। ବାଗୁଡିରୁ ପଥର ଚୋରା ଚାଲାଣର ଖବର ପାଇ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବିଦୁ ନିକଟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୮ଟି ପଥର ବୋଝେଇ ଗାଡ଼ିକୁ ଖଣି ବିଭାଗ ପକ୍ଷରୁ ଜବତ କରାଯାଇ ଥାନାରେ ଜିମା ଦିଆଯାଇଥିଲା।
ଅନ୍ୟପଟେ ସୋର ତହସିଲଦାର ଦୈତାରି ମଲ୍ଲିକ ବିଳମ୍ବିତ ରାତିରେ ରୁଷୋ ଛକ ନିକଟରୁ ଦୁଇଟି ପଥର ବୋଝେଇ ଡମ୍ଫର ଜବତ କରିବା ସହ ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଏହି ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଲି ବୋଝେଇ ହାଇୱାକୁ ମଧ୍ୟ ଜବତ କରି ଥାନାରେ ଜିମା ଦେଇଥିଲେ।
ଏହି ଚଢ଼ାଉ ପରେ ମାଫିଆଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ଚଢ଼ାଉ ହେଉଥିବା ଜାଣିପାରି ଅନେକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।
ଏଣେ ଗତ ଅକ୍ଟୋବର ୨୭ ତାରିଖରେ ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିଲା। ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଆଇନ ବାଲି ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ ଏହି ସମୟରେ ଓଡ଼ି ୨୯ ଇ ୮୮୬୨,ଓଆର ୦୧ ପି ୪୮୦୭ ଓ ଓଡ଼ି୨୨ ଡବ୍ଲୁ ୮୮୪୫ ନମ୍ବର ବିଶିଷ୍ଟ ତିନୋଟି ବେଆଇନ ବାଲି ବୋଝେଇ ଗାଡ଼ିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲା। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/12/untitled-2025-12-12-11-36-07.png)